ମଦରସା କାଦରିଆ ହବିବିୟାରେ ସ୍ୱାଧୀନତା ଦିବସ
ଭଦ୍ରକ: ଭଦ୍ରକ ପୁରୁଣା ବଜାର ସ୍ଥିତ ମଦରସା କାଦରିଆ ହବିବିଆରେ ୭୯ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ମୁଖ୍ୟଅତିଥି ମଦରସା ଶିକ୍ଷକ ହାଫିଜ ଓ କାରୀ ଜମିଲ ଅଖତର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଶିକ୍ଷକ ଶେଖ ଫକରୁଦ୍ଦିନ, ସମ୍ପାଦକ ଇଂ. ହବିବୁଲ୍ଲା ଖାନ, ଶିକ୍ଷକ ଶେଖ ମଇରାଜୁଦ୍ଦିନ, ହାଜି ସବବୀର ଅଲି, ହାଜି ତବାରକ ଅଲି ଓ ମଦରସାର ସମସ୍ତ ଛାତ୍ର ଉପସ୍ଥିତ ଥିଲେ ।