ମା’ ତାରିଣୀ ମନ୍ଦିର ବିକାଶ ଟେଣ୍ଡରକୁ ମଞ୍ଜୁରୀ

ମା’ ତାରିଣୀ ମନ୍ଦିର ବିକାଶ ଟେଣ୍ଡରକୁ ମଞ୍ଜୁରୀ
  • ୨ ବର୍ଷରେ ସରିବ ପାରିପାଶ୍ୱିର୍କ ବିକାଶ
  • ଖର୍ଚ୍ଚ ହେବ ୨୨୬ କୋଟି

ଭୁବନେଶ୍ୱର : କେନ୍ଦୁଝର ଘଟଗାଁରେ ମା’ ତାରିଣୀ ମନ୍ଦିର ପରିସରର ପାରିପାର୍ଶ୍ୱିକ ବିକାଶ ଉପରେ ଓଡ଼ିଶା ସରକାର ଗୁରୁତ୍ୱାରୋପ କରିଛନ୍ତି । ଦିଲ୍ଲୀପ କନଷ୍ଟ୍ରକ୍ସନ ପକ୍ଷରୁ ଦାଖଲ ହୋଇଥିବା ୧୪୬ କୋଟି ଟଙ୍କା ମୂଲ୍ୟର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ୫୯.୨୦୬ ଏକର ପରିମିତ ଅଞ୍ଚଳରେ ଏହି ବିକାଶ କାର୍ଯ୍ୟ ୨୪ ମାସରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏହି ବିକାଶ କାର୍ଯ୍ୟ ପାଇଁ  ସମୁଦାୟ ୨୨୬ କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ୍ୟ ରହିଛି । ଭକ୍ତଙ୍କ ସୁବିଧା ପାଇଁ ୨୧୬ ଶଯ୍ୟା ବିଶିଷ୍ଟ ଯାତ୍ରୀ ନିବାସ, ତୀର୍ଥଯାତ୍ରୀ କେନ୍ଦ୍ର, ନଡ଼ିଆ ଭଣ୍ଡାର ଓ ୫୦୦ ଭକ୍ତ ବସିବା ଭଳି ପ୍ରସାଦ ସେବନ ପ୍ରକୋଷ୍ଠ, ଜିନିଷ ରଖିବା ଘର, ମାର୍କେଟ୍‌ କମ୍ପେ୍ଳକ୍ସ, ଫୁଡ଼ ପ୍ଳାଜା ଆଦି ନିର୍ମାଣ କରାଯିବ । ଯାହାଫଳରେ ମା’ଙ୍କ ପୀଠ, ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ର ଭାବରେ ପରିଗଣିତ ହୋଇପାରିବ ।