ଅବକାରୀ କାର୍ଯ୍ୟାଳୟ ଉଦ୍ଘାଟନ କଲେ ମନ୍ତ୍ରୀ
ଖୋର୍ଦ୍ଧା : ଆଜି ଅପରାହ୍ନରେ ଜିଲ୍ଲା ସଦର ମହକୁମାସ୍ଥ ଟିଏଲ ସି ରୋଡ ଭାରତୀୟ ଜୀବନ ବୀମା ନିଗମ କାର୍ଯ୍ୟାଳୟ ସମ୍ମୁଖ ୩କୋଟି ୬୫ଲକ୍ଷ ବ୍ୟୟରେ ୩ମହଲା ବିଶିଷ୍ଟ ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ କଲ୍ୟାଣ ନିଗମ ଲିଃ ଦ୍ୱାରା ନବନିର୍ମିତ ଖୋର୍ଦ୍ଧା ଜିଲ୍ଲା ଅବକାରୀ କାର୍ଯ୍ୟାଳୟକୁ ଓଡ଼ିଶାର ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱ କରକମଳରେ ଫିତାକାଟି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟିତ କରି ଜିଲ୍ଲା ବାସୀଙ୍କ ସେବା ଉଦ୍ଦ୍ୟଶରେ ଉସôର୍ଗ କରିବା ସହ ଅବକାରୀ ନିୟମ ଓ ଅଧିନିୟମ ପ୍ରଣୟନ ଦ୍ୱାରା ଚୋରା ମଦ କାରବାର ବିକ୍ରି ବନ୍ଦ କରିବା, ଚୋରା ବେପାରୀଙ୍କୁ ପ୍ରତିହତ କରିବା ଓ ନିଶାରକୁ ପ୍ରଭାବ ସହ ନିଶା କ୍ରିତଦାସରୁ ସମାଜକୁ ବଞ୍ଚାଇ ଏକ ନିଶାମୁକ୍ତ ସଶକ୍ତ ସମାଜ ଗଠନରେ କାର୍ଯ୍ୟାଳୟ ପ୍ରମୁଖ ଭୂମିକା ନିର୍ବାହ କରିବ ବୋଲି ଉତ୍ଥାପନ କରିଥଲେ । ଅହୁରି ମଧ୍ୟ ମନ୍ତ୍ରୀ କହିଲେ ଯେ ଅବକାରୀ କର୍ମଚାରୀ ମାନଙ୍କୁ ଆର୍ମ-୩ ଅସ୍ତ୍ର ଦିଆଯାଇ ଚୋରା ବେପାରୀଙ୍କୁ ଦୃଢ଼ ମୁକାବିଲା କରି ସାରା ରାଜ୍ୟକୁ ସଶକ୍ତ କରାଯିବ । ସମ୍ମାନିତ ଅତିଥି ରୂପେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୁପଶ୍ର ରାଣୀ ଗୁମାନ ସିଂହ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ସାଂସଦଙ୍କ ପ୍ରତିନିଧି, ରାଜ୍ୟ ଅବକାରୀ ବିଭାଗ ଶାସନ ସଚିବ ଗୁହା ପୁନମ ତାପସ କୁମାର, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟେଟ୍ ଚଞ୍ଚଳ ରାଣା, ଅବକାରୀ ଆୟୁକ୍ତ ଧର୍ମେନ୍ଦ୍ର ମଲ୍ଲିକ, ସୁମତି ତ୍ରିପାଠୀ, ଦେବାଶିଷ ପଟେଲ, କରୁଣା ଶଙ୍କର ତିୱାରୀ, ରାଜେନ୍ଦ୍ର ଭୋତ୍ରା, ଅଶୋକ କୁମାର ଗଡତିଆ, ଡମ୍ବରୁଧର ଖଣ୍ଡା, ଅମ୍ରିତ ପାଲ ସିଂହ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ଡେପୁଟି କଲେକ୍ଟର ଦେବବ୍ରତ କର, ଶ୍ରୀତପା ମିଶ୍ରଙ୍କ ସମେତ ଓ ଗଣ ମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଓ ସମ୍ମାନିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।