୩ ବର୍ଷରେ ହେବ ୨୨ ଶହ ମଡେଲ ସ୍କୁଲ୍ : ଖର୍ଚ୍ଚ ହେବ ୧୨ ହଜାର କୋଟି
ଭୁବନେଶ୍ୱର : ପ୍ରତି ପଞ୍ଚାୟତରେ ଖୋଲିବ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ । ଏହି ଯୋଜନାକୁ ଆଜି କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ତିନି ବର୍ଷ ଅର୍ଥାତ୍ ୨୦୨୫-୨୬ରୁ ୨୦୨୭-୨୮ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୨୨ ଶହ ମଡେଲ ସ୍କୁଲ ନିର୍ମାଣ କରାଯିବ । ଏଥିପାଇଁ ୧୨ ହଜାର କୋଟିର ବ୍ୟୟ ଅଟକଳ କରାଯାଇଛି । ପ୍ରତ୍ୟେକ ସ୍କୁଲ ପାଇଁ ଆନୁମାନିକ ପ୍ରାୟ ୫ କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି । ସୁଦୃଢ଼ ଭିତ୍ତିଭୂମି, ଅଭିନବ ଶିକ୍ଷାଗତ ଅଭ୍ୟାସ ଗ୍ରହଣ ଏବଂ ଗୋଷ୍ଠୀ ସମୁଦାୟର ସକ୍ରିୟ ସମ୍ପୃକ୍ତି ମାଧ୍ୟମରେ ଏହି ଯୋଜନା ଶିକ୍ଷା ପ୍ରତି ସମାନ ପ୍ରବେଶ ଏବଂ ଛାତ୍ର ସମୁଦାୟର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ ବୋଲି ସରକାର ଆଶା ରଖିଛନ୍ତି ।