ମେ ୨ୟ ସପ୍ତାହରେ ମାଟ୍ରିକ ଫଳ !

Matric Exam 2024

ମେ ୨ୟ ସପ୍ତାହରେ ମାଟ୍ରିକ ଫଳ !

କଟକ : ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ମେ ମାସ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ  । ଉତ୍ତର ଖାତା ମୂଲ୍ୟାୟନ ଓ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଁଚିଛି  । ଚଳିତ ଥର ତ୍ରୁଟି ଶୂନ୍ୟ ଫଳ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁତ୍ୱ ଦେଇଛି  ।

ଚଳିତ ବର୍ଷ ଫଳ ପ୍ରକାଶ ପାଇବାର ଦିନକ ମଧ୍ୟରେ ବୋର୍ଡ ୱେବସାଇଟ୍‌ରୁ ଛାତ୍ରଛାତ୍ରୀମାନେ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ । ଏଥିପାଇଁ ଆଡମିଟ୍‌ କାର୍ଡର ନକଲ ପ୍ରଦାନ କରିବାକୁ ପଡିବ । ଉକ୍ତ ଅନ୍‌ଲାଇନ୍‌ ସାର୍ଟିଫିକେଟ୍‌ ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ । ତେବେ ଯଦି ଏହି ଅନ୍‌ଲାଇନ୍‌ ସାର୍ଟିଫିକେଟ ହଜିଯାଏ ତେବେ ୫୦୦ ଟଙ୍କା ଜମା କରି ପୁନଃ ଅନଲାଇନ ଯୋଗେ ନକଲ ପ୍ରମାଣପତ୍ର ପାଇପାରିବେ । ଫଳ ପ୍ରକାଶ ପାଇବାର ମାସକ ମଧ୍ୟରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ନିକଟରୁ ଛାତ୍ରଛାତ୍ରୀ ପ୍ରମାଣପତ୍ରର ପ୍ରି କପି ପାଇପାରିବେ । ଅନ୍‌ଲାଇନ୍‌ ଯୋଗେ ପ୍ରମାଣପତ୍ର ପ୍ରଦାନ କରିବାକୁ ଥିବା ଘରୋଇ ସଂସ୍ଥା ସହ ଆଲୋଚନା ଜାରି ରଖିଛି । ଖୁବ ଶୀଘ୍ର ପ୍ରମାଣପତ୍ର ଡାଟା ଅପଲୋଡ୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି  ସୂଚନା ମିଳିଛିି । ନୂତନ ଭାବେ ଆରମ୍ଭ ହେବାକୁ ଥିବା ଅନଲାଇନ ପ୍ରମାଣପତ୍ର ପ୍ରକ୍ରିୟାକୁ ତ୍ରୁଟିମୁକ୍ତ କରିବାକୁୁ ଗୁରୁତ୍ୱ ଦିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ୫ ଲକ୍ଷ ୫୧ ହଜାର ୬୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।