୧୪ ପ୍ରାର୍ଥୀଙ୍କ ଭିତରେ ହେବ ଲଢେଇ
ଭାରତୀୟ ନିର୍ବାଚନ କମିଶନଙ୍କ ନିଦେ୍ର୍ଦଶ ମୁତାବକ ଚତୁର୍ଥ ପର୍ଯ୍ୟାୟରେ ଜୁନ ୧ ତାରିଖରେ ହେବାକୁ ଯାଉଛି ମୟୂରଭଞ୍ଜ ଜିଲ୍ଲାର ନିର୍ବାଚନ । ଓଡିଶା ସହିତ ଭାରତବର୍ଷର ଏହା ଶେଷ ପର୍ଯ୍ୟାୟ ନିର୍ବାଚନ, ଉଭୟ ବିଧାନସଭା ଓ ଲୋକସଭା ପାଇଁ ଓଡ଼ିଶା ଭୋଟର ନିଜର ମତଦାନ କରିବେ । ମୟୂରଭଞ୍ଜ ଜିଲ୍ଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ନିର୍ବାଚନମଣ୍ଡଳୀ ମୟୂରଭଞ୍ଜ ଲୋକସଭା କ୍ଷେତ୍ର ମଧ୍ୟରେ ରହୁଥିବା ବେଳେ, ବଡସାହି ନିର୍ବାଚନମଣ୍ଡଳୀ ବାଲେଶ୍ୱର ଲୋକସଭା ଆସନ ସହିତ ଏବଂ କରଞ୍ଜିଆ ନିର୍ବାଚନମଣ୍ଡଳୀ କେନ୍ଦୁଝର ଲୋକସଭା ଆସନ ସହିତ ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ମୟୂରଭଞ୍ଜ ଜିଲ୍ଲାର ରାଜନୀତିର ପ୍ରଭାବ ଆଙ୍ଗସିକ ଭାବେ ଉଭୟ କେନ୍ଦୁଝର ଓ ବାଲେଶ୍ୱର ଉପରେ ପଡେ । ଆଜିଠାରୁ ୧୨ଦିନ ପରେ ରହିଛି ନିର୍ବାଚନ, ତିନୋଟି ପର୍ଯ୍ୟୟରେ ଓଡ଼ିଶାର ପ୍ରାୟତ ଜିଲ୍ଲାରେ ମତଦାନ ସରିଯିବା ପରେ, ସବୁ ଦଳର ଫୋକସ ରେ ରହିବ ଶେଷ ପର୍ଯ୍ୟାୟ । ଏଣୁ ମୟୂରଭଞ୍ଜ ଜିଲ୍ଲାକୁ ହେଭି ୱେଟ୍ ନେତାଙ୍କ ସୁଅ ଛୁଟିବ ।
ତେବେ ୧୫ତାରିଖ ରେ ନାମାଙ୍କନ ଶେଷ ହୋଇଥିବା ବେଳେ, ୧୭ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛନ୍ତି । ବିଜେଡିର ପ୍ରାର୍ଥୀ ଡ଼.ଦେବାଶିଷ ମାରାଣ୍ଡି, ବିଜେପିର ପ୍ରାର୍ଥୀ ଭାଦବ ହାଁସଦା, ବିଏସପିରୁ ବିନୋଦିନୀ ନାଏକ, ଆଇଏନସିରୁ ରାମ କୁମାର ସୋରେନ୍, ଜେଏମଏମ ରୁ ଅଞ୍ଜନି ସୋରେନ, କମୁ୍ୟନିଷ୍ଟରୁ ମଧୁସୂଦନ ନାଏକ, ଏନଏପିରୁ ସତ୍ୟବ୍ରତ ନାଏକ, ବିଜେକେପିରୁ ସାମାଇ ମୁର୍ମୁ, ଏଜେଏସୟୁରୁ ସୋମନାଥ ସୋରେନ, ସ୍ୱାଧିନ ପ୍ରାର୍ଥୀ ଭାବେ ଚେକର ମାହାଲି, ବାସନ୍ତୀ ଟୁଡୁ, ରାଇସେନ ସୋରେନ, ଶଙ୍କର ନାଏକ, ଏବଂ ସହଦେବ ବେଶ୍ରା ପ୍ରମୁଖ ୧୪ଜଣ ପ୍ରତିଦ୍ୱନ୍ଦୀ ନିର୍ବାଚନ ଲଢ଼ିବାକୁ ମଇଦାନକୁ ଓହ୍ଲାଇଛନ୍ତି ।
ମୁଖ୍ୟତଃ ପୂର୍ବ ନିର୍ବାଚନ ଫଳାଫଳ ଅନୁସାରେ ରାଜନୈତିକ ପାଣିପାଗ ଯାହା କହୁଛି, ଏହି ନିର୍ବାଚନ ମଣ୍ଡଳୀରେ ମୂଖ୍ୟତଃ ବିଜେପି ଏବଂ ବିଜେଡ଼ି ମଧ୍ୟରେ ଲଢ଼େଇ ହେବ । ଏବଂ ତତସହିତ ତୃତୀୟ ଭରଷାଯୋଜ୍ଞ ପାର୍ଟି ଜେଏମଏମ ରହିଛି । ପରେ କଂଗ୍ରେସ, ସହଦେବ ବେଶ୍ରା ଏବଂ ଅନ୍ୟାନ୍ୟ ଦଳୀୟ ଓ ସ୍ୱାଧିନ ପ୍ରାର୍ଥୀ ରହିବେ । ଭାଦବ ହାଁସଦା ୨୦୧୪ପୁର୍ବରୁ ଜେଏମଏମ ଦଳରେ ଦ୍ୱିତୀୟ କ୍ଷମତାକେନ୍ଦ୍ର ଜିଲ୍ଲାରେ ରହିଥିଲେ ଏବଂ ଜିଳ୍ଲାର ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବରେ ବସିଥିଲେ । ପରେ ସୁଦାମ ମାରାଣ୍ଡିଙ୍କ ସହ ବିଜେଡ଼ିରେ ଯୋଗ ଦେଇ ବହୁ ବାଧା ବିଘ୍ନ ଓ ବିଜେଡି ସଙ୍ଗଠନର ବିରୋଧ ସତ୍ତ୍ବେ ସେ ବିଧାୟକ ହେଇଥିଲେ । ୨୦୧୯ରେ ତାଙ୍କର ଟିକେଟ ଦଳ କାଟିଥିଲା ବାଧ୍ୟରେ ସେ ବିଜେପିକୁ ଆପଣେଇଥିଲେ । ଏଣୁ ରାଜ୍ୟରେ ବିଜେପିର ପ୍ରଭାବ, ୧୦ବର୍ଷ ବିଜେଡ଼ିର ରଣକୌଶଳ, ଜେଏମଏମର ସାଂଗଠନିକ ଅଭିଜ୍ଞତା ଭାଦବକୁ ନିର୍ବାଚନ ମଣ୍ଡଳୀର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଠିଆ କରିଛି । ସେହିପରି ଡାକ୍ତରୀ ସେବା ଛାଡି ଜେଏମଏମ ର ପ୍ରଭାବ ଜିଲ୍ଲାରେ ରହିଥିବା ବେଳେ ଦେବାଶିଷ ମାରାଣ୍ଡି ୨୦୧୪ମସିହାରେ ଲୋକସଭା ଆସନ ଲଢ଼ିଥିଲେ ଏବଂ ହାରି ଯାଇଥିଲେ, ପରେ ସୁଦାମ, ଭାଦବଙ୍କ ଯୋଗଦାନ୍ ପରେ ବିଜେଡ଼ି ମଜବୁତ୍ ହୋଉଥିବା ଦେଖି ଦେବାଶିଷ ବିଜେଡ଼ିରେ ଯୋଗ ଦେଇଥିଲେ ଏବଂ ଅଧିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥଲେ । ପରେ ୨୦୧୯ରେ ଦେବାଶିଷ ବିଜେଡିରୁ ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ ମୋଦୀର ବହୁଳ ପ୍ରଭାବ ହେତୁ ଅଳ୍ପ ଭୋଟରେ ପରାଜିତ ହୋଇଥିଲେ ଦେବାଶିଷ ଏଣୁ ଦେବାଶିଷଙ୍କ ଦକ୍ଷତାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ । ଯୁବକକୁ ଏକତ୍ରିତ କରି ରଖିବାରେ ବେଶ ଧୁରନ୍ଦର୍ ଅଟନ୍ତି ଦେବାଶିଷ ମାରାଣ୍ଡି । ଏଣୁ ମୁଖ୍ୟତଃ ଏକଦା ଏକତ୍ର ଗୋଟିଏ ଦଳରେ ଦୁଇଭାଇ ଥିବା ଭାଦବ ହାଁସଦା ଓ ଦେବାଶିଷ ମାରାଣ୍ଡି ଆଜି ସାମ୍ନାସାମ୍ନୀ ଲଢ଼େଇ କରିବେ ମୁଖ୍ୟ ଦୁଇ ଦଳର ଦୁଇ ପ୍ରତିଦ୍ୱନ୍ଦୀ ଭାବେ । ୫ବର୍ଷରେ ୫ଥର ସାରସକଣା ନିର୍ବାଚନ ମଣ୍ଡଳୀ ବୁଲି ନଥିବା ଜେଏମଏମର ପ୍ରାର୍ଥୀ ଅଞ୍ଜନି ସୋରେନ ଦଳୀୟ ବ୍ୟାନର ଓ ଆଦିବାସୀ ଭୋଟରଙ୍କୁ ଏକଜୁଟ କରିବେ ବୋଲି ଆଶା ରଖିଛନ୍ତି । ଜେଏମଏମ ର ଜିଲ୍ଲାରେ ଏକ ସ୍ୱତନ୍ତ୍ର ଭୋଟ ରହିଥିବା ବେଳେ, ସୁଦାମଙ୍କ ଦଳ ଛାଡିବା ପରେ ମଧ୍ୟ ୨୦ରୁ ୨୫ ହଜାର ଭୋଟ ଦଳୀୟ ପ୍ରାର୍ଥୀଙ୍କ ଖାତାରେ ପଡ଼ିବା ଅଞ୍ଜନି ସୋରେନଙ୍କ ପାଇଁ ଏକ ସମ୍ଭାବନା ରହିଥିବା କଥାକୁ ପ୍ରମାଣିତ କରୁଛି । ସେହିପରି କଂଗ୍ରେସ ଏବେ ଲୋକଙ୍କ ମାନସିକତା ଭିତରେ ନାହିଁ । ଅନ୍ୟ ଦଳର ପ୍ରାର୍ଥୀ ମାନଙ୍କ ଠାରୁ ସ୍ୱାଧିନ ପ୍ରାର୍ଥୀ ବେଶି ଭୋଟ ପାଇବେ ବୋଲି ଲୋକେ ଆଲୋଚନା କରୁଛନ୍ତି । ତେବେ କେଉଁ ପ୍ରାର୍ଥୀ କେମିତି କୌଶଳ ଲଗାଇ ଭୋଟର ଙ୍କୁ ଆକୃଷ୍ଟ କରିବେ ଦେଖିବାକୁ ବାକି ରହିଲା ।ଯୌତୁକ ପାଇଁ ଝିଅକୁ ପୋଡି ମାରି ଦେଇଥିବା ନେଇ ଅଭିଯୋଗ କରି ନ୍ୟାୟ ଆଶାରେ ମାଲକାନଗିରି ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ ଓ ଗ୍ରାମବାସୀ ।