ହବିଷ୍ୟାଳୀଙ୍କ ପାଇଁ ବନ୍ଦୋବସ୍ତ କରିବାକୁ ମୋହନଙ୍କ ନିର୍ଦ୍ଦେଶ
Mohan Charan Majhi
ହବିଷ୍ୟାଳୀଙ୍କୁ ଭେଟିଲେ ପ୍ରଭାତୀ
ଭୁବନେଶ୍ୱର : ପୁରୀରେ ହବିଷ୍ୟାଳୀମାନେ ଅସୁବିଧାରେ ପଡ଼ିଛନ୍ତି । ଅନେକ ହବିଷ୍ୟାଳୀ ଧାରଣା ବି ଦେଇଛନ୍ତି । ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତର ସହ ଗ୍ରହଣ କରିଛନ୍ତି ।
ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଉଲ୍ଳେଖ କରିଛନ୍ତିଯେ, ବିଭିନ୍ନ ଗଣମାଧ୍ୟମରେ କିଛି ହବିଷ୍ୟାଳି ମା'ମାନଙ୍କ ଅସୁବିଧା ବିଷୟରେ ଅବଗତ ହେବା ପରେ ମୁଁ ବ୍ୟକ୍ତିଗତ ଭାବେ ବିଭାଗୀୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛି । ଶ୍ରୀଜଗନ୍ନାଥ ଧାମ ପୁରୀ ଠାରେ ବାହାର ଜିଲ୍ଲାରୁ ଆସି ହବିଷ୍ୟବ୍ରତ ପାଳନ କରୁଥିବା ହବିଷ୍ୟାଳି ମା'ମାନଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ପ୍ରତଶ୍ରୁତିବଦ୍ଧ । ପ୍ରଭୁ ଜଗନ୍ନାଥ ଆପଣ ସମସ୍ତଙ୍କ ବ୍ରତ ସଫଳ କରନ୍ତୁ ବୋଲି ମୋହନ କହିଛନ୍ତି ।
ଅପରପକ୍ଷରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ହବିଷ୍ୟାଳୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଯାହା ତ୍ରୁଟି ବିଚ୍ୟୁତି ଥିଲା ତାହାର ସମାଧାନ କରାଯାଇଛି ବୋଲି ପ୍ରଭାତୀ ପ୍ରକାଶ କରିଛନ୍ତି ।