କ୍ୟାବିନେଟରେ ସରକାର ନେଲେ ବଡ଼ ନିଷ୍ପତ୍ତି
Mohan Charan Majhi
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ୍ ବୈଠକ ବସିଛି । ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ସମସ୍ତ ମନ୍ତ୍ରୀମାନେ ଉପସ୍ଥିତ ଥିଲେ । କ୍ୟାବିନେଟ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ କେତେକ ପ୍ରସ୍ତାବ ଉପରେ ମୋହର ଲାଗିଛି । ଖୁବଶୀଘ୍ର କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସରକାର ଘୋଷଣା କରିବେ । ସେହିପରି ଆଜି ମୁଖ୍ୟମନ୍ତ୍ରୀ ମାଲକାନାଗିରି ଗସ୍ତରେ ଯିବେ । ବର୍ଷା ଯୋଗୁଁ ମାଲକାନାଗିରିରେ ପ୍ରବଳ କ୍ଷୟକ୍ଷତି ହୋଇଛି । କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀ ଘୋଷଣା କରିବାର ବି ସମ୍ଭାବନା ରହିଛି । ସେହିପରି ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେହଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କିଛି ବଡ଼ ପ୍ରକଳ୍ପର ଶିଳାନ୍ୟାସ ବି କରିପାରନ୍ତି ।