ଆଜି ସୁଦ୍ଧା ୩୦ ଲକ୍ଷ ସୁଭଦ୍ରା ଫର୍ମ ପଞ୍ଜୀକୃତ
SUBHADRA JOJANA
 
                                ହଜାର ହଜାର ମିଶନ ଶକ୍ତି ସଦସ୍ୟାଙ୍କ ଉପସ୍ଥିତିରେ ପୁରୀ ବ୍ଲୁ ଫ୍ଲାଗ୍ ବିଚ୍ ଠାରେ 'ସୁଭଦ୍ରା' ମହା ସଚେତନତା
ଭୁବନେଶ୍ୱର : ଆଜି ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ଠାରେ ମିଶନ ଶକ୍ତି ବିଭାଗ ଦ୍ୱାରା "ସୁଭଦ୍ରା" ଯୋଜନା ନିମନ୍ତେ ଏକ ବିଶାଳ ସଚେତନତା କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି । ସୁଭଦ୍ରା ଯୋଜନାର ସୁବିଧା ଗୁଡିକୁ ଏହାର ହିତାଧିକାରୀ, ଅର୍ଥାତ ୨୧ ରୁ ୬୦ ବର୍ଷ ବୟସ୍କା ମହିଳାଙ୍କ ପାଖରେ ପହଞ୍ଚାଇ ସେମାନଙ୍କୁ ଆର୍ଥିକ ସୁରକ୍ଷା ଓ ସ୍ଵାଧୀନତା ପ୍ରଦାନ ସହିତ ସ୍ୱାବଲମ୍ବୀ କରିବା ଥିଲା ଏହି ଆୟୋଜନର ମୂଳ ଲକ୍ଷ୍ୟ। ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ଏହି ସମାରୋହ, ରାଜ୍ୟ ସରକାରଙ୍କର ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ଏକ ଦୃଷ୍ଟାନ୍ତ ।
ଓଡ଼ିଶାର ମହିଳାମାନଙ୍କ ଏକତା ଏବଂ ଶକ୍ତିର ଏକ ପ୍ରତୀକାତ୍ମକ ପ୍ରଦର୍ଶନ ସ୍ୱରୂପ ଏହି କାର୍ୟ୍ୟକ୍ରମ ପୁରୀ ବେଳାଭୂମିରେ ଅପରାହ୍ନ ୪ ଘଟିକାରେ ଆରମ୍ଭ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ହଜାର ହଜାର ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଅଂଶଗ୍ରହଣ କରିଥିଲେ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସଭାକୁ ସମ୍ବୋଧନ କରି ସୁଭଦ୍ରା ଯୋଜନା କିଭଳି ମହିଳା ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାକୁ ଦର୍ଶାଏ ତାହା ଉଲ୍ଲେଖ କରିଥିଲେ ।
ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ଏକ ବିଶେଷ ବାଲୁକା ଶିଳ୍ପର ପ୍ରଦର୍ଶନ କରାଯାଇଥିଲା, ଯାହାକୁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଓଡିଶାର ମହିଳାମାନଙ୍କର ଦୃଢ ସଂକଳ୍ପର ଏକ ସ୍ମୃତିଚିହ୍ନ ରୂପେ ଏହି ଶିଳ୍ପକଳା, ଜନସାଧାରଣଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ଏହି କାର୍ୟ୍ୟକ୍ରମର ଏକ ବିଶେଷ ଅଧିବେଶନରେ ୩ ଜଣ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ମିଶନ ଶକ୍ତି ରେ ସେମାନଙ୍କ ର ଯାତ୍ରା କହିବା ସହିତ ସୁଭଦ୍ରା ଯୋଜନାର ସହାୟତା କିପରି ଆର୍ଥିକ ଭାବେ ସେମାନଙ୍କୁ ସଶକ୍ତ କରିପାରିବ ତାହା ଉପସ୍ଥାପନା କରିଥିଲେ ।
ଏହି କାର୍ୟ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ଵାଗତ ଭାଷଣ ଦେଇଥିଲେ ଜ୍ଝ ଏହି ଅବସରରେ ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି, ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ସିନେ ଷ୍ଟାର ଶ୍ରୀମତୀ ପିଙ୍କି ପ୍ରଧାନ ଓ ଶ୍ରୀ ଶ୍ରିତମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ଜ୍ଝ
 
 Ramachandi Prasad
                                    Ramachandi Prasad                                 
    
             
    
             
    
             
    
             
    
 
    
 
 
 
