ବିଦୁ୍ୟତ ଆଘାତରେ ଜଣେ ମୃତ

ାା ପ୍ରଭାନୁ୍ୟଜ୍ ।ା ବଡ଼ସାହି:  ବଡ଼ସାହି ଥାନା ଅନ୍ତର୍ଗତ ତଥା ସ୍ଥାନୀୟ ବାରୁଡିହି ଗ୍ରାମର ଶଙ୍କର ମହାନ୍ତ (୫୨) ଆଜି ନିଜ ଘରେ ବିଦୁ୍ୟତ ଆଘାତରେ ପ୍ରାଣ ହରାଇଥିବା ଜଣାଯାଇଛି । ଶଙ୍କର ନିଜ ଘର ବାରିରେ କରିଥିବା ଚାଷ କୁ ପାଣି ମଡାଇବା ପାଇଁ ଟୁଲୁ ମେସିନ ଲଗାଇଥିଲା । ଉକ୍ତ ମେସିନରେ ବିଦୁ୍ୟତ୍ ସଂଯୋଗ ହୋଇଯାଇଥିବାରୁ ତାଙ୍କୁ ଜୋର୍ ଆଘାତ ଲାଗିଥିଲା । ସେ ଛାଟି ହୋଇ ଗଡିଆ ପାଣିରେ ମୁହଁ ମାଡ଼ି ପଡ଼ିଯାଇଥିଲେ ଏବଂ ଚେତାଶୁନ୍ୟ ହୋଇଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ବଡ଼ସାହି ଥାନାରେ ୭୫/୨୪ ନମ୍ବରରେ ଏକ ଅପମୃତୁ୍ୟ କେସ ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ମୃତ ଶଙ୍କର ସ୍ଥାନୀୟ ବଡ଼ସାହି ପ୍ରାଣୀ ଚିକିସôାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ଏଭଳି ଦୁର୍ଘଟଣା ଜନିତ ମୃତୁ୍ୟରେ ପ୍ରାଣୀ ଚିକିସôାଳୟରେ ଗଭୀର ଶୋକ ପ୍ରକାଶ ପାଇଛି ।