ଆତ୍ମସମର୍ପଣ କଲେ ୨୨ ନକ୍ସଲ

 ଭୁବନେଶ୍ୱର:  ଧିରେ ଧିରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ଼ । ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର୍ ଭୟ ହେଉ ଅବା ସରକାରଙ୍କ ପ୍ରଲୋଭିତ ଯୋଜନା । ଏଣିକି ମାଓବାଦୀମାନେ ଦଳ ଛଡ଼ା ହେବା ସହ ଆତ୍ମସମର୍ପଣ କରିବାରେ ଲାଗିଛନ୍ତି । ଏହି କ୍ରମରେ ଆଜି ଛତିଶଗଡ଼ ବିଜାପୁର ଜିଲ୍ଲାରେ ପୁଣି ଆତ୍ମସମର୍ପଣ କରିଛନ୍ତି ୨୨ଜଣ ନକ୍ସଲ । ଏମାନଙ୍କ ମଧ୍ୟରେ ୧୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷିତ ୬ ଜଣ ମାଓବାଦୀ ମଧ୍ୟ ଅନ୍ତର୍ଭୁକ୍ତ । ୫ ଜଣ ମାଓବାଦୀଙ୍କ ମୁଣ୍ଡ ଉପରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିବାବେଳେ ଜଣଙ୍କ ମୁଣ୍ଡ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା ।
ତେବେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ଆଦି ରାଜ୍ୟ ଗୁଡ଼ିକରେ ମାଓ ଉପଦ୍ରବ କମ୍ ହୋଇଥିବା ଛତିଶଗଡ଼ରେ କିନ୍ତୁ ଏହା କାୟା ମେଲାଇ ଚାଲିଥିଲା । ଏଇ ଗତ କିଛିମାସ ମଧ୍ୟରେ ଲଗାତାର ସର୍ଚ୍ଚ ଅପରେସନ୍ ଏବଂ ଏନ୍କାଉଣ୍ଟର୍ ଯୋଗୁ ମାଓବାଦୀଙ୍କ ସଂଖ୍ୟା ସୀମାନ୍ତ ରାଜ୍ୟ ଛତିଶଗଡ଼ରେ କମିବା ସହ ଭୟଭୀତ ହୋଇ ଏମାନେ ଆତ୍ମସମର୍ପଣ କରୁଥିବା କୁହାଯାଉଛି । ତେବେ ଆତ୍ମସମର୍ପିତ ମାଓବାଦୀଙ୍କ ମଧ୍ୟରେ ଡିଭିଜନ ପାର୍ଟି ସଦସ୍ୟ, ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ, ପ୍ଲାଟୁନ ମେମ୍ବର, ଗାଙ୍ଗାଲୁର ଏରିଆ କମିଟିର ହିରାମଗୁଡ଼ା ଆରପିସି, ପାମେଡ ଏରିଆ କମିଟି ଆରପିସି ଓ କୋଣ୍ଡାପାଲି ସଦସ୍ୟ ରହିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ପ୍ରୋସôାହନ ଚେକ୍ ପ୍ରଦାନ କରାଯାଇଛି । ପରେ ସେମାନଙ୍କୁ ସରକାରଙ୍କ ନିୟମାନୁସାରେ ଥଇଥାନ କରାଯିବ ବୋଲି ପୁଲିସ କହିଛି ।