ବିଦୁ୍ୟତ୍ ଆଘାତରେ ବୃଦ୍ଧା ମୃତ
ନୀଳଗିରି: ନୀଳଗିରି ଥାନା ଅନ୍ତର୍ଗତ କାନ୍ଥିପଦା ଗ୍ରାମର ହରେକୃଷ୍ଣ ସଙ୍କ ପୁଅ ସନାତନ ସ ବାଡି ଅଗଣାରେ ଲୁଗା ଶୁଖାଉ ଥିବାବେଳେ ନିକଟରେ ଥିବା ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସିବାରୁ ସନାତନ ଅଚେତ ହୋଇ ପଡ଼ିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ନୀଳଗିରି ମେଡିକାଲ ଆଣିଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ନୀଳଗିରି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।