ସାର ଟ୍ରକକୁ ମାଡି ବସିଲେ ଜିଏସଟି ଅଧିକାରୀ

ନୀଳଗିରି : ସବୁପ୍ରକାର ଟିକସକୁ ଫାଙ୍କି ଚାଲିଥିଲା ଆଗ୍ର କ୍ଲିନିକ୍ । ୨୪୦ବସ୍ତା ସାର ଟ୍ରକରେ ବୋଝେଇ କରି ନୀଳଗିରି ବଜାରର ଜଣେ ସାର ଦୋକାନୀ ନିକଟକୁ ପଠାଇଥିଲେ । ବାଲେଶ୍ୱର ଗୋଦାମରୁ  ସହଦେବ ଖୁଣ୍ଟା ୱେ ବିଲ୍ କଟାଯାଇଥିବା ବେଳେ ଉକ୍ତ ସାର ବୋଝେଇ ଟ୍ରକଟି ନୀଳଗିରି ଆସିଥିଲା । ୱେ ବିଲ୍ ସଠିକ୍ ନ ଥିବା ବେଳେ ଇନଭୋଏସ ବିଲ ମଧ୍ୟ ନଥିଲା । ବିଶେଷ ସୂତ୍ରରୁ ଖବର ପାଇ ଜିଏସଟି ବିଭାଗର ଅଧିକାରୀମାନେ ସାର ବୋଝେଇ ଟ୍ରକକୁ ନୀଳଗିରିରେ ଜବତ କରିଥିଲେ । ମାତ୍ର ସାର ଦୋକାନୀ ମାଲିକ କହିବା ଅନୁଯାୟୀ ସମସ୍ତ ଟଙ୍କା ଡ୍ରାଫ୍ଟ କରିଛି । ଚାଲାଣ କରିବା କାମ ତାଙ୍କର ମୋର ଭୁଲ୍ କିଛି ନାହିଁ ବୋଲି କହିଛି । ସାର ଦୋକାନୀ ଘଟଣା ବାବଦରେ ଆଗ୍ରୋ କ୍ଲିନିକ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଆଗ୍ର ମାଲିକଙ୍କ ୨୮ହଜାର ୮ଶହ ଟଙ୍କାର ଜୋରିମାନା ପୈଠ କରାଯାଇଛି ।  ଟ୍ରକରେ ଆସୁଥିବାବେଳେ ଡ୍ରାଇଭର୍ ଗଦାଧର ବେହେରାଙ୍କ ନାମରେ ଜରିମାନା କଟା ଯାଇଥିବାର ଜଣାପଡିଛି । ତେବେ ଗୋଟାଏ କାରାନାମାରୁ ଜଣାପଡ଼ୁଛି ଯେ ଆଗ୍ର ମାଲିକ ଏହିପରି ଜିଏସଟି ବିଭାଗ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବାର ସାଧାରଣରେ ବେଶ୍ ଚର୍ଚ୍ଚା ହେଉଛି । ଏହି ଘଟଣା ବିଷୟରେ ପ୍ରଶାସନ କିପରି ଜାଣି ପାରିଲା ନାହିଁ ତାହା ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ।