ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ନେଲେ ମୋଦି

ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଆଡଭାନୀଙ୍କ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀଙ୍କୁ ଭେଟିବାକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସେ ତାଙ୍କଠାରୁ ଆଶୀର୍ବାଦ ନେବାକୁ ଏଠାକୁ ଆସିଥିଲେ। ଏହି ସମୟରେ ସେ ବରିଷ୍ଠ ଭାଜପା ନେତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ। ଆଡଭାନୀଙ୍କ ଝିଇ ପ୍ରତୀଭା ମଧ୍ୟ ସେଠାରେ ଉପସ୍ଥିତ ଥିଲେ।