ବୁନୁ ଓ ଅଶୋକଙ୍କୁ ବି ହେଉ ନୋଟିସ୍ !
ashok chandra panda
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ଜନତା ଦଳରେ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ବିଶେଷକରି ଦଳର ନିଦ ହଜାଇ ଦେଇଛନ୍ତି ଅମରେଶ ଜେନା ଓ ବିରଞ୍ଚି ମହାସୁପକାର । ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରିହେବା ପରେ ଉଭୟ ନେତା ଫିଡ଼ିକି ଯାଇଛନ୍ତି । ଅମରେଶ କହିଛନ୍ତିଯେ, ଭୁବନେଶ୍ୱର ବିଜେଡ଼ି କାହାର ବ୍ୟକ୍ତିଗତ ନୁହେଁ । ସମସ୍ତଙ୍କର ସହଯୋଗରେ ଦଳ ଆଗକୁ ବଢୁଛି । ସେ କେବେ ଦଳ ବିରୋଧୀ କାମ କରିନାହାନ୍ତି । ଦଳକୁ ମଜବୁତ୍ କରିବା ପାଇଁ କାମ କରି ଆସୁଛନ୍ତି ।
ଅପରପକ୍ଷରେ ବିରଞ୍ôଚ ମହାସୁପକାର କହିଛନ୍ତିଯେ, କେବଳ ସେମାନଙ୍କୁ କାହିଁକି ନୋଟିସ୍ ଦିଆଯାଇଛି । ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅନ୍ୟ ନେତାମାନଙ୍କୁ ମଧ୍ୟ ନୋଟିସ୍ ହେବା ଦରକାର । ତେବେ ସେ କାହା ନେଇନାହାନ୍ତି । ବିରଞ୍ôଚ ଓ ଅମରେଶ ନାଁ ନନେଇ ଅତୀତରେ ବୁନୁ ଜେନା ଓ ଅଶୋକ ପଣ୍ଡାଙ୍କୁ ଟାର୍ଗେଟ୍ କରି ଆସୁଛନ୍ତି । ସେମାନେ ବୁନୁ ଓ ଅଶୋକଙ୍କୁ ଟାର୍ଗେଟ୍ କରି ଏମିତି କହିନାହାନ୍ତି ତ ବୋଲି ବିଜେଡ଼ି ଅଳିନ୍ଦରେ ପ୍ରଶ୍ନ ଉଠୁଛି ।
୨୦୨୪ ନିର୍ବାଚନ ବେଳଠାରୁ ଭୁବନେଶ୍ୱର ବିଜେଡ଼ିରେ ସବୁ କିଛି ଠିକ୍ ଚାଲୁନାହିଁ । ଗୋଟିଏ ପଟେ ଅମରେଶ ଜେନା ବନାମ ଅନନ୍ତ ଜେନାଙ୍କ ମଧ୍ୟରେ ବିବାଦ ଚାଲିଛି । ସେପଟେ ଅଶୋକ ପଣ୍ଡା ବନାମ ବିରଞ୍ଚି ମହାସୁପକାରଙ୍କ ମଧ୍ୟରେ ବି କଳି ଜୋରଧରିଛି । ବିଜେଡିର ବୈଠକରେ ହେଉ ଅବା ବାହାରେ ଉଭୟ ମୁହାଁମୁହିଁ ହେଉଛନ୍ତି । ନିକଟରେ ଶଙ୍ଖ ଭବନରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ରାଜେଶ ପାତ୍ରଙ୍କୁ ନେଇ ଶଙ୍ଖ ଭବନରେ ତୁମୁଳ କାଣ୍ଡ ହୋଇଥିଲା । ବିଧାୟକ ଅନନ୍ତ ଜେନା ଓ ଅଶୋକ ପଣ୍ଡାଙ୍କ ସହ ଥିବା କର୍ପୋରେଟରମାନେ ସିଧାସଳଖ ଅମରେଶ ଓ ବିରଞ୍ଚିକୁ ବିରୋଧ କରିଥିଲେ । ଏହାକୁ ନେଇ ଗଣମାଧ୍ୟମରେ ବି ଉଭୟ ପକ୍ଷ ମତାମତ ରଖିଥିଲେ । ସେହିପରି ଅନନ୍ତ ଓ ଅଶୋକ ମଧ୍ୟ ଘଟଣାକୁ ଗୁରୁତର ସହ ନେଇଥିଲେ । ଉଭୟ ଅମରେଶ ଓ ବିରଞ୍ଚିଙ୍କୁ ଦଳରୁ ନିଲମ୍ବିତ କରିବା ପାଇଁ ସେମାନେ ଦାବି କରିଥିଲେ ।