ବଡ଼ବଡ଼ିଆଙ୍କ ପାଇଁ ଆଇନ୍‌ ଅଲଗା କି : ନବୀନ

Naveen Patanaik, Odisha

ବଡ଼ବଡ଼ିଆଙ୍କ ପାଇଁ ଆଇନ୍‌ ଅଲଗା କି : ନବୀନ

ଭୁବନେଶ୍ୱର : ରାଜ୍ୟରେ ସାମ୍ପ୍ରଦାୟିକ ହିଂସା ବଢ଼ିବାରେ ଲାଗିଛି  । ରାଜ୍ୟପାଳଙ୍କ ପୁଅ ସରକାରୀ ଅଫିସରଙ୍କୁ ମାଡ଼ ମାରିଲେ ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  । ବଡ଼ ବଡ଼ିଆଙ୍କ ପାଇଁ ଅଲଗା ଆଇନ୍‌ ଅଛି କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ  ।

ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚାଦାବି ଆଲୋଚନା କାଳରେ ନବୀନ କହିଲେଯେ, ନୂଆ ସରକାର ଆସିବା ପରେ ବାଲେଶ୍ୱର ଜିଲ୍ଳା ଓ ଅନ୍ୟ କେତେକ ଅଂଚଳରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି  । ଖୋର୍ଦ୍ଧାରେ ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି  । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ ଭାବେ ପରିଚିତ  । ରଥଯାତ୍ରା ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଗଲେ  । ଯାହାକି ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଘାତ ଦେଇଛି  । ଗଞ୍ଜାମର ଚିକିଟିରେ ମଦମୃତ୍ୟୁ ଘଟିଛି  । ରଥଯାତ୍ରା ବେଳେ ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିଲେ  । ଜଣେ ରାଜ୍ୟପାଳଙ୍କ ପୁଅ, ମନ୍ତ୍ରୀଙ୍କ ପୁଅ, ସାଂସଦଙ୍କ ପୁଅ, ବିଧାୟକଙ୍କ ପୁଅ ବା ବଡ଼ ଅଧିକାରୀଙ୍କ ପୁଅଙ୍କ ପାଇଁ କ’ଣ ଆଇନ୍‌ ଅଲଗା କି  । ଯଦି ଏମିତି ହୋଇଥିବ ତେବେ ସରକାର ଏନେଇ ଜଣାନ୍ତୁ  । ମୋ ସରକାର ଅମଳରେ କେହିବି ଆଇନରୁ ଉଦ୍ଧ୍ୱର୍ରେ ନଥିଲେ  । ଏବେ ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ରହିଛି  । ନିକଟରେ ହୋଇଥିବା କୁକର୍ମ ଓ ନାବାଳିକା ହତ୍ୟା ଘଟଣାକୁ ସରକାର ଗୁରୁତର ସହ ଗ୍ରହଣ କରିବା ଦରକାର ବୋଲି ନବୀନ କହିଥିଲେ  ।