ଧର୍ମେନ୍ଦ୍ର ଲକ୍ଷେ ଭୋଟରେ ଆଗୁଆ, ସଂଘର୍ଷ କରୁଛନ୍ତି ଅପରାଜିତା, ବୈଜୟନ୍ତ
ElectionResult

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷେ ଭୋଟରେ ଆଗୁଆ ରହିଛନ୍ତି । ସେହିପରି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରେ ମାତ୍ର ୧୨ ହଜାର ଭୋଟରେ ଆଗୁଆ ଥିବାବେଳେ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱରରେ ୨୪ ହଜାର ଭୋଟରେ ଆଗେଇଛନ୍ତି ।
ଅପରପକ୍ଷରେ ବରଗଡ଼ରେ ପ୍ରଦୀପ ପୁରୋହିତ ୧ ଲକ୍ଷ ୮୮ ହଜାର ଭୋଟରେ ଆଗୁଆ ରହିବା ସହ ନିଶ୍ଚିତ ବିଜୟ ହାସଲ କରିବାକୁ ଯାଉଛନ୍ତି । ଯାଜପୁରରେ ବିଜେଡ଼ି ମଧ୍ୟ ସଂଘର୍ଷ କରୁଛି । ମାତ୍ର ୮ ହଜାର ଭୋଟରେ ସେ ଆଗୁଆ ରହିଛନ୍ତି । ପୁରୀରେ ସମ୍ବିତ ପାତ୍ର ୭୬ ହଜାର ଭୋଟରେ ଆଗୁୂଆ ଥିବାବେଳେ ନବରଙ୍ଗପୁରରେ ବଳଭଦ୍ର ମାଝୀ ୭୪ ହଜାର ଭୋଟରେ ଆଗୁଆ ରହିଛନ୍ତି । ମୟୂରଭଞ୍ଜରେ ନବଚରଣ ମାଝୀ ଲକ୍ଷେ ଭୋଟରେ ଆଗୁଆ ଥିବା ଜାଣିବାକୁ ମିଳିଛି ।