ଯୋଡ଼ି ଶଙ୍ଖ ବହୁତ ଦୁଃଖ; ଯୋଡ଼ି ଫୁଲ, ବହୁତ ଭଲ : ଧର୍ମେନ୍ଦ୍ର

DHARMENDRA PRADHAN, ODISHA BJP

ଯୋଡ଼ି ଶଙ୍ଖ ବହୁତ ଦୁଃଖ; ଯୋଡ଼ି ଫୁଲ, ବହୁତ ଭଲ : ଧର୍ମେନ୍ଦ୍ର

ପ୍ରଭାନ୍ୟୁଜ : ସୋନପୁରର ରାମେଶ୍ୱର ଷ୍ଟାଡ଼ିୟମ୍‌ରେ ବିଶାଳ ଜନସଭାରେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଭାରତୀୟ ଜନତା ପାର୍ଟି ନେତା  । ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେଯେ, ବିରୋଧୀ ଦଳଗୁଡ଼ିକ ବିକାଶକୁ ନେଇ ରାଜନୀତି କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି  । ହେଲେ ବିଜେପୁରରେ କ’ଣ କାମ କଲେ ତାହାର ଶ୍ୱେତପତ୍ର ପ୍ରକାଶ କରନ୍ତୁ  । କଣ୍ଟାବାଞ୍ଝିରେ କ’ଣ କରିଛନ୍ତି ସେହି ଶ୍ୱେତପତ୍ର ପ୍ରକାଶ କରନ୍ତୁ  । କେନ୍ଦ୍ର ସରକାର ହଜାର ହଜାର କୋଟି ଟଙ୍କା ଦେଉଥିଲେବି ଦୁର୍ନୀତିଗ୍ରସ୍ତ ରାଜ୍ୟ ସରକାର ତାହାକୁ ଲୁଟ୍‌ କରୁଛନ୍ତି  । ଯୋଡ଼ି ଶଙ୍ଖ ବହୁତ ଦୁଃଖ, ହେଲେ ଯୋଡ଼ି ଶଙ୍ଖ ବହୁତ ଭଲ ବୋଲି ଧର୍ମେନ୍ଦ୍ର ଟିପ୍ପଣୀ ଦେଇଥିଲେ  ।

ଝାରସୁଗୁଡ଼ା ବିମାନବନ୍ଦରରେ ପହଁଚିବା ପରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ ଓ ଟଙ୍କଧର ତ୍ରିପାଠୀ ସ୍ୱାଗତ କରିଥିଲେ  । ସେଠାରୁ ସେ ସ୍ୱତନ୍ତ୍ର ବିମାନ ଯୋଗେ ସୋନପୁର ଯାଇଥିଲେ  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବଲାଙ୍ଗୀର ସାଂସଦ ସଂଗୀତା ସିଂହଦେଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିବା ସହ ବିଧାନସଭା ଓ ଲୋକସଭାରେ ବିଜେପିକୁ ଜିତାଇବା ପାଇଁ ଆହ୍ୱାନ ଦେଇଥିଲେ  ।