ଓଏଏସସ୍ତରରେ ପୁଣି ଅଦଳବଦଳ, ଜାଣନ୍ତୁ କେଉଁ ଅଫିସର କେଉଁଠିକି ଗଲେ
OAS

ଭୁବନେଶ୍ୱର : ଓଏଏସସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । ଓଏମସିର ମହାପ୍ରବନ୍ଧକ ଥିବା ଓଏଏସ ଅଫିସର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କୁ ସାଧାରଣ ଓ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି କଟକରେ ସେଟଲମେଣ୍ଟ ଅଫିସର ଥିବା ବବିତାରାଣୀ ଦଳବେହେରାଙ୍କୁ ସାଧାରଣ ଓ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି । ଏହି ଦୁଇ ଓଏଏସ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କାର୍ଯ୍ୟକରିବେ ।
ଓସଡ଼ମାର ମୁଖ୍ୟ ମହାପ୍ରବନ୍ଧକ ଥିବା ରଶ୍ମୀ ରଞ୍ଜନ ସାହୁଙ୍କୁ ସାଧାରଣ ଓ ପ୍ରଶାସନ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । କଳାହାଣ୍ଡି ଏଡ଼ିଏମ ଥିôବା ତ୍ରିଲୋଚନ ପାତ୍ରଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଓ ଭଦ୍ରକ ଉପ ଜିଲ୍ଲାପାଳ ମନୋଜ ପାତ୍ରଙ୍କୁ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ଆରଓଟିଆଇର ଯୁଗ୍ମ ନିର୍ଦ୍ଦେଶକ ବୈତୁରା ଦୀପଙ୍କୁ କଳାହାଣ୍ଡି ଏଡ଼ିଏମ ଭାବେ ବଦଳି କରାଯାଇଛି । ବିଏମସି ଡେପୁଟି କମିଶନର ପ୍ରିୟବ୍ରତ ପାଢ଼ୀଙ୍କୁ ଜିଏ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ କାର୍ଯ୍ୟ କରିବେ । ଯାଜପୁର ଜିଲ୍ଲା ପରିଷଦରେ ଅତିରିକ୍ତ ଏକଜକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟରତ ରଶ୍ମୀ ରଞ୍ଜନ ପ୍ରଧାନଙ୍କୁ ବିଏମସିର ଡେପୁଟି କମିଶନର ଭାବେ ନିଯୁକ୍ତି ମିଳିଛି । ସେହିପରି ସୁବର୍ଣ୍ଣପୁର ଉପ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକଙ୍କୁ କ୍ରୀଡ଼ା ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି । ସୁବର୍ଣ୍ଣପୁର ତହସିଲଦାର ସୌମ୍ୟା ରୂପ ରଥଙ୍କୁ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ପାରଳାଖେମୁଣ୍ଡି ଆଇଟିଡ଼ିଏର ପିଏ ଥିବା ମନୋଜ କୁମାର ତ୍ରିପାଠୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପ ସଚିବ ଭାବେ ନିଯୁକ୍ତି ମିଳିଛି । ବାଲେଶ୍ୱର ଜିଲ୍ଲା ପରିଷଦର ଅତିରିକ୍ତ ଇଓ ସୌରଭ ଚକ୍ରବର୍ତ୍ତୀଙ୍କୁ ଭଦ୍ରକ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।