ପିଲାରରେ ଅଟକିଛି କୋରେଇ ଭବନ ଯାହାଙ୍କ ହାତରେ ଶୁଭ ପଡ଼ିଥିଲା, ତାଙ୍କ ହାତରେ ଉଦ୍ଘାଟିତ ହେବ ତ?
ାା ପ୍ରଭାନୁ୍ୟଜ ।ା ଯାଜପୁର: ପିଲାରରେ ଅଟକିଛି କୋରେଇ ଭବନ । ଆଗକୁ ବଢିବା ତ ଦୂରର କଥା ଅନାବନା ଗଛ ମାଡ଼ିଯିବାରେ ଲାଗିଛି । ପାଞ୍ଚ ବର୍ଷ ତଳେ ଯେଉଁ ପ୍ଲିନ୍ଥରେ କାର୍ଯ୍ୟ ଅଟକିଥିଲା, ଆଜିବି ସେଇଠି ଲଟକିଛି । ଏଣୁ ସାଧାରଣରେ ଚର୍ଚ୍ଚା ହୁଏ, କୋରେଇ ଭବନର କାହାଣୀ ଲମ୍ବି ଲମ୍ବି ଯାଉଥିବା ବେଳେ ଏହା ମଧ୍ୟ ଆଲୋଚନା ଆରମ୍ଭ ହୋଇଗଲାଣି, ଯାହାଙ୍କ ହାତରେ ଶୁଭ ପଡ଼ିଥିଲା, ତାଙ୍କ ହାତରେ ଉଦ୍ଘାଟିତ ହୋଇପାରିବ ତ? ଆମେ କହୁଛୁ ପାଣିକୋଇଲି ମଣିପୁର ଠାରେ ଅଧପନ୍ତରିଆ ଅବସ୍ଥା ବା ପ୍ଲିନ୍ଥ ଲେବୁଲରେ ଅଟକି ରହିଥିବା କୋରେଇ ଭବନର କଥା । ଭବନ ପାଇଁ ଲକ୍ଷଲକ୍ଷ ଟଙ୍କା ଅନୁଦାନ ମିଳିଥିଲେ ହେଁ ନିର୍ମାଣ କାର୍ଯ୍ୟ ପାଞ୍ଚବର୍ଷ ହେଲା ଠପ୍ ହୋଇପଡ଼ିଛି । କେତେ ବେଳେ ନିର୍ମାଣଧିନ ଭବନ ଘଞ୍ଚଜଙ୍ଗଲରେ ପରିପୂର୍ଣ୍ଣ ହୋଇପଡ଼ୁଛି ତ କେତେ ବେଳେ ସଫେଇ ପରେ ସଫା ସୁତୁୁରା । ହେଲେ କାର୍ଯ୍ୟ ଆଗେଇବାର ନାଁ ଧରୁନି । କୋରେଇ ଭବନର କାହାଣୀ ଯେତିକି ଲମ୍ବା, ସେତିକି ରୋଚକ ବୋଲି କୁହାଯାଇପାରେ । କୋରେଇର ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ ଥିବାସମୟରେ ପଞ୍ଚାୟତ ସମିତି ପକ୍ଷରୁ କୋରେଇ ଭବନ ନିର୍ମାଣ ପ୍ରସ୍ତାବ ଉଠି ପାରିତ ହୋଇଥିଲା । ୨୦୧୩ ମସିହାରେ ପ୍ରାକ୍ତନ ବିଧାୟକ ପ୍ରୀତିରଞ୍ଜନଙ୍କ ସମୟରେ କୋରେଇ ଭବନ ନିର୍ମାଣ କେଉଁଠି ହେବ ତାହାକୁ ନେଇ ଟଣାଓଟରା ଲାଗିଲା । ପ୍ରଥମେ ଜହ୍ନା ପରେ ଧନେଶ୍ୱର ଏମିତି ହୋଇ ସମସ୍ୟା ଉପୁଜିବା ପରେ କୋରେଇ ଭବନ ନିର୍ମାଣରେ ତାଲା ପଡ଼ିଥିଲା । ୨୦୧୪ ନିର୍ବାଚନ ପରେ କୋରେଇ ଭବନ ନିର୍ମାଣରେ ପଡ଼ିଥିବା ଗଣ୍ଠିରୁ ତାଲା ଫିଟିଥିଲା । ୧୪ ନିର୍ବାଚନରେ ଆକାଶ ଦାସ ନାୟକ ବିଧାୟକ ଭାବେ ନିର୍ବାଚିତ ପରେ ପାଣିକୋଇଲି ହେବା ପାଇଁ ସ୍ଥିର ପରେ ଟେଣ୍ଡର ପ୍ରକ୍ରିଆ ଆରମ୍ଭ ହୋଇଥିଲା । ବିଧାୟକ ଆକାଶ ଦାସ ନାୟକ ୨୦୧୮ମସିହାରେ ପାଣିକୋଇଲି ମଣିପୁର ଠାରେ କୋରେଇ ଭବନ ସ୍ଥାପନ ନେଇ ଶୁଭ ଦେଇଥିଲେ । ୬ବର୍ଷ ପରେ ଆଜି କୋରେଇ ଭବନ ପିଲାରରେ ଅଟକିଛି । କହିବାକୁ ଗଲେ ଗୋଟିଏ ଦଶନ୍ଧୀ ହୋଇଯାଇଥିଲେ ହେଁ କୋରେଇବାସୀଙ୍କ ଆଶା କୋରେଇ ଭବନ ଆଶା ଓ ଆଶଙ୍କା ଭିତରୁ ମୁକୁଳିପାରୁନି । ଶିଳାନ୍ୟାସ ଫଳକ କୁହ କି ଅନୁଦାନ ଫଳକ ଖୋଜିଲେ କେଉଁଠି ମିଳିବନି । ଯାହା ଭାଙ୍ଗି ରୁଜି ଗଲାଣି । କୋରେଇ ବ୍ଲକରେ ବହୁ କାର୍ଯ୍ୟ ଅଧପନ୍ତିରିଆ ପଡିରହିଥିବା ଓ ବହୁ କାର୍ଯ୍ୟ କାର୍ଯ୍ୟାଦେଶ ଦିଆନଯାଇ କାର୍ଯ୍ୟ କରାଯାଉଛି । ସେହିପରି କେତେ ବେଳେ କାର୍ଯ୍ୟାଦେଶ ପାଇଥିବା ଠିକାଦାର ମନଇଛା କାର୍ଯ୍ୟ କରୁଥିବା ବେଳେ ପ୍ରଶାସନ ନିରବ ଦଷ୍ଟା ପାଇଁ ବର୍ଷବର୍ଷ ଧରି କାର୍ଯ୍ୟ ପଡିରହୁଛି । କୋରେଇ ଭବନ ସେଥିମଧ୍ୟରୁ ଅନ୍ୟତମ । ଯେଉଁ ଭବନ ନିର୍ମାଣ ପାଇଁ ୬ ବର୍ଷରୁ ଊଦ୍ଧ୍ୱର୍ ହେବ ଟେଣ୍ଡର ମାଧ୍ୟମରେ୧୪.୯ଲେସ୍ରେେ ଠିକାଦାର ଚୟନ କରାଯାଇଥିଲା । ସେସମୟର ତଥ୍ୟ ମତେ ଚିଠି ନମ୍ବର ୫୧୫/ତା୧୭ା୧୧ା୨୦୧୮ରେ କୋରେଇ ଭବନ କାର୍ଯ୍ୟର କାର୍ଯ୍ୟଦେଶ ଦିଆଯିବା ପାଇଁ ଲଟେରୀ କରାଯାଇଥିଲା । ଏହି ଲଟେରୀ ମାଧ୍ୟମରେ ଜୈନିକ ଠିକାଦାରଙ୍କୁ କୋରେଇ ଭବନ ନିର୍ମାଣ କରିବା ପାଇଁ କାର୍ଯ୍ୟଦେଶ ବ୍ଲକ ପ୍ରଶାସନ ପ୍ରଦାନ କରିଥିଲା । ନିର୍ମାଣ କାର୍ଯ୍ୟ ପାଇଁ ବ୍ଲକ ପ୍ରସାଶନ ପକ୍ଷରୁ ୫୦ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ମଞ୍ଜୁର କରିଥିଲା ।ଠିକାଦାର ପ୍ଲିନ୍ଥ ଲେବୁଲ ପର୍ଯ୍ୟନ୍ତ ନିର୍ମାଣ କରି ଉଭାନ ହୋଇଗଲା । ସମୟକ୍ରମେ ୨୦୧୯ ନିର୍ବାଚନରେ ଆକାଶଙ୍କ ବଦଳରେ ଅଶୋକ ବଳ ହେଲେ ବିଧାୟକ । ଅଶୋକଙ୍କ ପାଞ୍ଚବର୍ଷ ବିଧାୟକତ୍ତ୍ୱ ସମୟରେ ରାଜ୍ୟ ଅର୍ଥ କମିଶନ ୫୦ଲକ୍ଷ, ସାଂସଦ ୫ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ ହେଁ ବାଲି ମୁଠେବି ପଡ଼ିଲାନି । ଯେଉଁ ଭବନ ନିର୍ମାଣ ନିମନ୍ତେ ବିଧାୟକ ହାତପାଣ୍ଠିରୁ ବି ୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା । ଗାଏମୋଟ ୭ଲକ୍ଷ ଟଙ୍କା ଭବନ ପାଇଁ ମଞ୍ଚୁର ହୋଇଥିଲେ ହେଁ ନିର୍ମାଣ କାର୍ଯକୁ ଆଗୋଇପାରିଲାନି । ତେବେ ଅଧାରେ ଅଟକିଥିବା ଭବନ କାର୍ଯ୍ୟ ଆଗେଇବାର ସମ୍ଭାବନା ସୃଷ୍ଟି କରିଛି । ଆକାଶଙ୍କ ବିଧାୟକତ୍ୱ ସମୟରେ ପଡ଼ିଥିବା ଶୁଭ ତାଙ୍କ ସମୟରେ ହିଁ ଉଦ୍ଘାଟିତ ହେବା ନେଇ ବିଶ୍ୱାସ କୋରେଇବାସୀଙ୍କ ମନରେ ରହିଛି । ବିଧାୟକ ମଧ୍ୟ ଏଦିଗରେ ପଦକ୍ଷେପ ନିଆଯାଉଥିବା କଥା କହିଥିବା ବେଳେ ଗତମାସ ଶେଷ ଭାଗରେ ଜିଲାପାଳ ମଧ୍ୟ ଅଧାଗଢା ଭବନ ପରିଦର୍ଶନ କରି କାର୍ଯ୍ୟ ଆଗକୁ ବଢିବା ଦିଗରେ ପଦକ୍ଷେପ ନେବାର ପ୍ରତିଶ୍ରୁତି ଦେଇଛନ୍ତି । କେବଳ ଦେଖିବାର ଅଛି ଯାହାଙ୍କ ହାତରେ ଶୁଭ ପଡ଼ିଥିଲା, ତାଙ୍କ ହାତରେ ଭବନ ଲୋକାର୍ପଣ ହେଉ କି ନାହିଁ ।