ଆଜି ବି ଯଦି ନିର୍ବାଚନ ହୁଏ ତେବେ ବିଜେଡ଼ି ୧୪୦ ସିଟ୍ ଜିତିବ - ପ୍ରମିଳା ମଲ୍ଲିକ 

ଆଜି ବି ଯଦି ନିର୍ବାଚନ ହୁଏ ତେବେ ବିଜେଡ଼ି ୧୪୦ ସିଟ୍ ଜିତିବ - ପ୍ରମିଳା ମଲ୍ଲିକ 


ଭୁବନେଶ୍ୱର - ବିଜେଡ଼ି ଆଜି ବି ଏକ ନମ୍ବର । ଆଜି ବି ଯଦି ନିର୍ବାଚନ ହୁଏ ତେବେ ବିଜେଡ଼ି ୧୪୦ ସିଟ୍ ଜିତିବ । ଏହା କହିଛନ୍ତି ବିଜେଡିର ବରିଷ୍ଠ ନେତା ଶ୍ରୀମତୀ ପ୍ରମିଳା ମଲ୍ଲିକ  । 
ସେ କହିଛନ୍ତି ଯେ, ଆମ ଦଳ ର କେହି ନେତା ବିଷୋଦଗାର କରୁନାହାଁନ୍ତି । ପ୍ରସନ୍ନ ପାଟ୍ଟଶାଣୀ କେବେଠୁ ବିଜେପି ପଳାଇଲେଣି । ଆମ ଦଳର ନେତା ନୁହଁ ମିଡିଆ ବିଷୋଦଗାର କରୁଛି । ବିଜେପିର ଅବସ୍ଥା କଣ ହଉଚି ସେ ତାଙ୍କ ଅବସ୍ଥା ସମ୍ଭାଳନ୍ତୁ । ସେ ଆମ କଥା କଣ କହୁଛନ୍ତି । ସେ ଆଗ ନିଜ ଘର ସମ୍ଭାଳିକି ରଖନ୍ତୁ ବୋଲି ସେ କହିଛନ୍ତି  । ସେ କହିଛନ୍ତି ଯେ, ନବୀନ ଙ୍କ ଜିଲ୍ଲା ଗସ୍ତ ନେଇ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ସଂଗଠନ ପାଇଁ କର୍ମୀ ମାନଙ୍କ ଠାରୁ ମତାମତ ନିଆଯାଉଛି ।