ପୁତୁରାକୁ ପିଟିପିଟି ମାରିଦେଲା ଦାଦା
ଅନୁଗୁଳୁ: ଦାଦାକୁ ମାଂସ ଭାତ ଖାଇବାକୁ ଦେଇଥିଲା ପୁତୁରା । ହେଲେ ମାନସିକ ଭାରସାମ୍ୟ ହରାଇଥିବା ଦାଦା ଅତି ନୃଶଂସ ଭାବେ ବାଉଁଶରେ ବାଡେଇ ବାଡେଇ ପୁତୁରାକୁ ହତ୍ୟା କରିଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ବଡ଼କଞ୍ଜନୀ ଗାଁରେ । ସୂଚନା ମୁତାବକ ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଡ଼ କଞ୍ଜନୀ ଗାଁର ବସନ୍ତ ଦାସ ମାନସିକ ଭାରସାମ୍ୟ ହରାଇ ଗାଁ ମଶାଣିରେ ଥିବା ଘରେ ରହୁଥିଲେ । ଗତକାଲି ସନ୍ଧ୍ୟାରେ ପୁତୁରା ସୁଦର୍ଶନ ଦାସ ଦାଦାଙ୍କ ପାଇଁ ମାଂସ ଭାତ ଖାଇବାକୁ ନେଇ ଦେଇଥିଲେ । ତେବେ ଭାରସାମ୍ୟ ହରାଇଥିବା ଦାଦା ବସନ୍ତ ଏକ ବାଉଁଶରେ ବାଡେଇ ବାଡେଇ ଅତି ନୃଶଂସ ଭାବେ ହତ୍ୟା କରିଥିଲା । ଆଉ ହତ୍ୟା କରିବା ପରେ ୨୦୦ ମିଟର ଘୋଷାଡି ଘୋଷାଡି ନେଇ ଫିଙ୍ଗି ଦେଇଥିଲା । ସୁଦର୍ଶନ ନ ଫେରିବାରୁ ତାଙ୍କ ପନôୀ ଆଜି ସକାଳେ ଖୋଜା ଖୋଜି କରିବା ପରେ ଗାଁ ମଶାଣିରେ ମୃତ ଦେହ ପଡିଥିବା ଦେଖିବାକୁ ମିଳିଥିଲା । ଏ ଖବର ପୁଲିସ ପାଇବା ପରେ ଘଟଣାସ୍ଥଳକୁ ଯାଇ ପହଞ୍ଚିବା ପରେ ମଶାଣି ଠାରେ ଥିବା ଘରେ ଦାଦା ବସନ୍ତ ଦାସ ବସିଥିବା ଦେଖିବାକୁ ପାଇଥିଲା । ବସନ୍ତକୁ ପୁଲିସ ପଚରା ଉଚରା କରିବା ପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା । ପୁଲିସ ତାକୁ ଗିରଫ କରିଛି । ଏଭଳି ନୃଶଂସ ହତ୍ୟାକାରୀ ବସନ୍ତଙ୍କୁ ଆଜୀବନ ସଜ୍ଜା ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।