ବୋଲେରୋ- ହାଇୱା ଦୁର୍ଘଟଣା: ୩ ବିଦୁ୍ୟତ କର୍ମଚାରୀ ମୃତ,୨ ଗୁରୁତର
ସୋନପୁର: ସମ୍ବଲପୁର ମୁଖ୍ୟରାସ୍ତାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟୁପାଲି ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଏକ ବଲେରୋ ଗାଡିକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତୁ୍ୟ ଘଟିଛି । ମୃତକମାନେ ଉଲୁଣ୍ଡା ଥାନା ଗୌଡଗାଁ ଗ୍ରାମର ଆର୍ତ୍ତତ୍ରାଣ ପୁରୋହିତ (୪୦), ପପୁନ ଓରଫ ସଂଜିବ ପାତ୍ର (୪୦) ଏବଂ ହିକୁଡି ଫାଣ୍ଡି ନିକଟ ନାଏକପଡା ଗ୍ରାମର ସୁଶୀଳ ନାଏକ (୨୮) । ସମସ୍ତ ମୃତକ ବିଦୁ୍ୟତ୍ ବିଭାଗର କର୍ମଚାରୀ ବୋଲି ଜଣାପଡିଛି । ଏହି ଦୁର୍ଘଟଣାରେ ହାଇୱା ଗାଡିର ଡ୍ରାଇଭର ଓ ହେଲପର ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ସନ୍ଧ୍ୟାରେ ସିଣ୍ଡୋଲ ଅଂଚଳରୁ ବିଦୁ୍ୟତ୍ ବିଲ୍ ସଂଗ୍ରହ କରି ବୋଲେରୋରେ ସେମାନେ ଉଲୁଣ୍ଡା ଅଫିସକୁ ଫେରୁଥିଲେ । ଏହି ସମୟରେ ଉଲୁଣ୍ଡା ପଟରୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ବଲେରୋକୁ ଧକ୍କା ଦେବା ସହିତ ରାସ୍ତାପାର୍ଶ୍ୱର ଏକ ଗଛରେ ବାଡେଇ ହୋଇଥିଲା । ବଲେରୋ ଚାଳକ ସୁଶୀଳ ନାଏକଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ପପୁନଙ୍କୁ ଉଲୁଣ୍ଡା ଡାକ୍ତରଖାନା ଏବଂ ଆର୍ତ୍ତତ୍ରାଣଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଡାକ୍ତର ମୃତ ଘୋଷଣା କରିଥିଲେ ।