ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଅଧ୍ୟକ୍ଷ

OPSC ARUN SARANGI

ଅରୁଣ ଷଡ଼ଙ୍ଗୀ ହେଲେ ଓପିଏସସି ଅଧ୍ୟକ୍ଷ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅରୁଣ କୁମାର ଷଡ଼ଙ୍ଗୀ ଓପିଏସସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି  । ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି  । ଅରୁଣଙ୍କୁ ୬ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତି ଦିଆଯାଇଛି  । ସମ୍ପ୍ରତି ସେ ବିଜୁ ପଟ୍ଟନାୟକ ପୁଲିସ ଏକାଡେ଼ମୀର ନିର୍ଦ୍ଦେଶକ ଅଛନ୍ତି  । ପୂର୍ବରୁ ଶ୍ରୀ ଷଡ଼ଙ୍ଗୀ ଇନଚାର୍ଜ ଡିଜି ଥିଲେ  ।

୧୯୯୦ ବ୍ୟାଚ ଆଇପିଏସ ଶ୍ରୀ ଷଡ଼ଙ୍ଗୀ ତାଳଚେର ଏସଡ଼ିପିଓ ଭାବେ କ୍ୟାରିୟର ଆରମ୍ଭ କରିଥିଲେ  । ପରେ ସେ ରାୟଗଡ଼ା, ବ୍ରହ୍ମପୁର, ଜଗତସିଂହପୁର, ଭୁବନେଶ୍ୱର, ରାଉରକେଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି  । ଏହାଛଡ଼ା କଟକ କ୍ରାଇମ ବ୍ରାଞ୍ଚ, ସିଆଇଡ଼ିରେ କାର୍ଯ୍ୟ କରିବାର ବି ଅଭିଜ୍ଞତା ରହିଛି  । ଆଇନ ଶୃଙ୍ଖଳା ଆଇଜିପି ଭାବେ ସେ ବେଶ୍‌ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ  ।