ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତିଙ୍କ ବିରୁଦ୍ଧରେ ଏତଲା
ପୁରୀ : ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି । ଶ୍ରୀମନ୍ଦିରରୁ କିଭଳି ମହାପ୍ରଭୁଙ୍କ ଦାରୁ କାଠ ବାହାରକୁ ଗଲା ଏବଂ ଦଇତାପତି ସେବାୟତ କାହିଁକି ମହାପ୍ରଭୁଙ୍କ ଦାରୁକୁ ପଶ୍ଚିମବଙ୍ଗରେ ସ୍ଥାପନ କଲେ ସେ ସଂପର୍କରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏତଲାରେ ଦାବି କରାଯାଇଛି । ନବକଳେବର ସମୟରେ ମହାପ୍ରଭୁଙ୍କର ବିଗ୍ରହ ନିର୍ମାଣ ପରେ ବଳିପଡ଼ିଥିବା ଦାରୁକୁ ପଶ୍ଚିମବଙ୍ଗ ପଠାଇବା ଦୁର୍ଭାଗ୍ୟ ଜନକ ଘଟଣା ବୋଲି ପ୍ରକାଶ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ସେହିଭଳି ଦୀଘା ଜଗନ୍ନାଥ ମନ୍ଦିରର ନାମକରଣ ଜଗନ୍ନାଥ ଧାମ କରାଯାଇଥିବା ଉପରେ ଆପତ୍ତି ଜଣାଇ ତୁନ୍ତର ଏହାକୁ ପରିବର୍ତ୍ତନ କରିବା ଲାଗି ଦାବି କରାଯାଇଛି ।