ଏମଏସବିୱାଇକୁ କ୍ୟାବିନେଟ ମଞ୍ଜୁରୀ

Odisha Cabinet

ଏମଏସବିୱାଇକୁ କ୍ୟାବିନେଟ ମଞ୍ଜୁରୀ

୫ ବର୍ଷରେ ଖର୍ଚ୍ଚ ହେବ ୬ ହଜାର କୋଟି
ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା (ଏମଏସବିୱାଇ)କୁ ଅନୁମୋଦନ ମିଳିଛି  । ଏହି ଯୋଜନାରେ ସହରୀ ଭିତ୍ତିଭୂମି, ଶ୍ରମ ସମୃଦ୍ଧି, ଜଳ ସମୃଦ୍ଧି ଓ ପ୍ରାଣୀ ସମୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି  । ଏହି ଯୋଜନାରେ ୨୦୨୫-୨୬ରୁ ୨୦୨୯-୩୦ ମଧ୍ୟରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନା ନିମନ୍ତେ ୧୧ ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ୫ ବର୍ଷ ମଧ୍ୟରେ ଯୋଜନାରେ ୫୦ ହଜାରରୁ ଅଧିକ ଭିତ୍ତିଭୂମି ପ୍ରକଳ୍ପ ସୃଷ୍ଟି କରାଯିବ  । ୫ ଲକ୍ଷରୁ ଅଧିକ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରାଯିବ  । ସେହିପରି ପରିବେଶ ସୁରକ୍ଷା ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ୫ ହଜାରରୁ ଅଧିକ ବନୀକରଣ ପ୍ରକଳ୍ପ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିଛି  ।