ପଦବୀ ବାଣ୍ଟିଲେ ଭକ୍ତ ଦାସ, ଜାଣନ୍ତୁ କାହାକୁ ମିଳିଲା କ’ଣ ?
Odisha Congress

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କମିଟିର ନବ କଳେବର ହୋଇଛି । ଏଆଇସିସି ପକ୍ଷରୁ ଆଜି ୭ ଉପସଭାପତି, ୧୦ ସାଧାରଣ ସମ୍ପାଦକ ଓ ୧୨ ଜଣ ସମ୍ପାଦକଙ୍କ ସହ କୋଷାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ସୁପାରିଶ୍ ଆଧାରରେ ଏଆଇସିସି ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସିଦ୍ଧାର୍ଥ ସ୍ୱରୂପ ଦାସଙ୍କୁ ପିସିସି କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ଅପରପକ୍ଷରେ ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସିଏସ ରାଜେନ ଏକ୍କା, ଲଲାତେନ୍ଦୁ ମହାପାତ୍ର ଓ ସସ୍ମିତା ବେହେରାଙ୍କୁ ଉପସଭାପତି କରାଯାଇଛି । ସେହିପରି ଅଶୋକ ଦାସ, ଆପଲା ସ୍ୱାମୀ କାଡ୍ରକା, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉଁଟା, ନୀଳମାଧବ ହିକ୍କା, ସୁବର୍ଣ୍ଣ ନାୟକ, ସୟଦ ୟାଶିର ନୱାଜ, ବିଜୟାନନ୍ଦ ଚାଉଳିଆ ଓ ମଧୁସ୍ମିତା ସେଠୀଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଏତଦବ୍ୟତୀତ ତୁଳେଶ୍ୱର ନାଏକ, ସସ୍ମିତା ପଣ୍ଡା, ଶିଳ୍ପଶ୍ରୀ ହରିଚନ୍ଦନ, ଦେବସ୍ମିତା ଶର୍ମା, ଲକ୍ଷ୍ମୀଧର ସିଂ, ଦିଲ୍ଲୀପ ଦୁରିଆ, ରୂପକ ତୁରୁକ, ସୀମାଞ୍ଚଳ ଗିରି ଉଲାକା, ମନୀଷା ତ୍ରିପାଠୀଳ, ସାକ୍କା ସୁଜିତ୍, ମୋହନ ହେମ୍ବ୍ରମ ଓ ଅନୀମା ମିଞ୍ଜଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।