ଶ୍ରମ ଆଇନ ଉପରେ ତିନି ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ

  ଭୁବନେଶ୍ୱର :  ଶ୍ରମ ବିଭାଗ ଦ୍ୱାରା ବିଭିନ୍ନ ଶ୍ରମ ଆଇନ ଉପରେ ସହକାରୀ ଶ୍ରମ ଅଧିକାରୀ ମାନଙ୍କୁ ଏକ ତିନି ଦିନିଆ ତାଲିମ କାର୍ଯକ୍ରମ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଉଦ୍ଘାଟିତ ହୋଇଯାଇଛି ।  ଏହି ତାଲିମ କାର୍ଯକ୍ରମକୁ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ଉଦଘାଟନ କରିଥିଲେ । ଶ୍ରମ ବିଭାଗର ଅତିରିକ୍ତ ଶାସନ ସଚିବ ତଥା ର୍ନିେଶକ, ରାଜ୍ୟ ଶ୍ରମ ସଂସ୍ଥାନ ନୀତି ରଞ୍ଜନ ଶେନ ଉଦ୍ଘାଟନୀ କାର୍ଯକ୍ରମକୁ ସଂଚାଳନା କରିଥିଲେ ।  ଅନ୍ୟାନ୍ୟ ଅତିଥି ଭାବେ ପୂର୍ବତନ ଯୁଗ୍ମ ଶ୍ରମ ଆୟୁକ୍ତନରେଶ ଚନ୍ଦ୍ର ସାହୁ  ଯୋଗଦାନ କରିଥିଲେ ।  ଯୁଗ୍ମ ଶ୍ରମ ଆୟୁକ୍ତ ବିଘ୍ନଜିତ ମହନ୍ତ ମହାପାତ୍ର  ଧନ୍ୟବାଦ ଅର୍ପଣ କରିଥିଲେ  । ଏହି ତାଲିମ କାର୍ଯକ୍ରମରେ ଶ୍ରମ ନିଦେ୍ର୍ଦଶାଳୟର ୪୦ ଜଣ  ସହକାରୀ ଶ୍ରମ ଅଧିକାରୀ ଯୋଗଦାନ କରିଛନ୍ତି । ଏହି କାର୍ଯକ୍ରମ ଆସନ୍ତା ୩୧ ତାରିଖରେ ଉଦଯାପିତ ହେବ ।