ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ କନେଷ୍ଟବଳ

ନିଜକୁ ନିଜେ ଗୁଳିକରି ଆତ୍ମହତ୍ୟା କଲେ କନେଷ୍ଟବଳ

ନୟାଗଡ଼ : ନିଜ ବନ୍ଧୁକରୁ ନିଜକୁ ଗୁଳିକରି ଜୀବନ ହାରିଲେ । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ପୁଲିସ୍‌ ବାରାକରେ । ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ନିଜକୁ ମାରିଛନ୍ତି କନଷ୍ଟେବଳ । ମୃତକ ଜଣକ ବାହାଡାଝୋଲା ଅଞ୍ଚଳର ସୁନିଲ ସେଠୀ ବୋଲି ଜଣାପଡିଛି । ସୁନିଲ୍‌ ଦୁଇବର୍ଷ ହେଲା ପୋଲିସ ଚାକିରୀ କରିଥିଲେ ଏବଂ ଏସ୍‌ପି ଅଫିସ୍‌ ନିକଟ ବାରାକରେ ରହୁଥିଲେ । ସକାଳୁ ବାରାକ୍‌ର ଛାତ ଉପରେ ତାଙ୍କର ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ମିଳିଥିଲା । ନିକଟରେ ତାଙ୍କର ନିଜର ରିଭଲଭର ପଡିଥିଲା । ଖବର ପାଇ, ପୁଲିସ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛନ୍ତି । ତେବେ କିଛିଦିନ ତଳେ ସୁନୀଲଙ୍କ ନିର୍ବନ୍ଧ ହୋଇଥିବା ବେଳେ କିଛିଦିନ ପରେ ବାହାଘର ହୋଇଥାନ୍ତା । ଏପରି ସମୟରେ ସୁନିଲଙ୍କ ଏପରି ଆତ୍ମହତ୍ୟ ନିଷ୍ପତ୍ତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ୟପଟେ ତାଙ୍କ ନିର୍ବନ୍ଧକୁ ପରିବାରଲୋକେ ବିରୋଧ କରିଥିଲେ । ଆଉ ପରିବାର ଲୋକଙ୍କ ଚାପରେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଥିବା ନୟାଗଡ ଏସ୍‌ପି କହିଛନ୍ତି ।