ବ୍ଲକ୍ ଓ ଏନ୍ଏସି ପାଇଁ କଂଗ୍ରେସ ସଭାପତି ଚୟନ
ନୂଆପଡା: ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିଦେ୍ର୍ଦଶରେ ଓ ଖଡ଼ିଆଳ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଖଡ଼ିଆଳର ଶ୍ୟାମକୁମ ଲଜରେ ଖଡ଼ିଆଳ ବ୍ଲକ୍ ଓ ଏନ୍ଏସି ପାଇଁ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ହୋଇଥିଲା । ଏଥିରେ ଖଡ଼ିଆଳ ଏନ୍ଏସି ସଭାପତି ଭାବରେ ବରିଷ୍ଠ କଂଗ୍ରେସ ନେତା ପ୍ରବୀଣ ପଟ୍ଟନାୟକଙ୍କୁ ଚୟନ କରାଯାଇଥିଲା । ମାତ୍ର ବ୍ଲକ ସଭାପତି ଭାବରେ ଦୁଇଜଣ ପ୍ରାର୍ଥୀଙ୍କ ନାମ ସାମ୍ନକୁ ଆସିବାରୁ ଶେଷ ନିଷ୍ପତ୍ତି ନିମନ୍ତେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନିକଟକୁ ନାମ ପ୍ରେରଣ କରାଯାଇଛି । ଶୀଘ୍ର ଖଡ଼ିଆଳ ବ୍ଲକ୍ କଂଗ୍ରେସ ସଭାପତିଙ୍କ ନାମ ଘୋଷିତ ହେବ । ଏହି ଅବସରରେ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ, ଜିଲ୍ଲା ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଫାରୁଖ ମୋହମ୍ମଦ, ଭାରତ ରାଉତ, ଚୈତନ୍ୟ ତାଣ୍ଡି କିରଣ ସରାଫ, ଦେବରାଜ ଶବର, ବୁଦ୍ଧ ରାମ ବେହେରା, ବିକ୍ରମ ସତନାମୀ, ବ୍ୟାସ ବେହେରା, ପ୍ରଦୀପ ବେହେରା, ଗଗନ ତାଣ୍ଡି, କୁନ୍ଦନ ନିଆଲ ଉପସ୍ଥିତ ରହିଥିଲେ ।