ହାଇକୋର୍ଟ କର୍ମଚାରୀଙ୍କ ପାଇଁ ହେବ ବାସଗୃହ
Odisha High Court

ଭୁବନେଶ୍ୱର : ହାଇକୋର୍ଟ କର୍ମଚାରୀମାନଙ୍କ ପାଇଁ ବାସଗୃହ ନିର୍ମାଣ କରାଯିବ । ସିଡ଼ିଏ ସେକ୍ଟର-୧୩ରେ ୫୫୦ଟି ବାସଗୃହ ନିର୍ମାଣ ହେବ । ଟର୍ଣ୍ଣିଂ କି ଆଧାରରେ ଏହି ପ୍ରକଳ୍ପ ହେବାର ଥିବାବେଳେ ୨୦୦ଟି ଡି ଟାଇପ୍ ଓ ୩୫୦ଟି ଇ ଟାଇପ୍ ଘର ହେବ । ସେହିପରି କମ୍ୟୁନିଟ ହଲ ଓ ଖେଳପଡ଼ିଆ ବି ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ସୁପରକ୍ଳାସ କଣ୍ଟ୍ରାକ୍ଟର ଆଇରନ ଟ୍ରାଙ୍ଗେଲ ସର୍ବନିମ୍ନ ୨୨୦ କୋଟି ୪୦ ଲକ୍ଷ ୬୪ ହଜାର ଟଙ୍କାର ଟେଣ୍ଡର ଦାଖଲ କରିଥିବାବେଳେ ଏହାକୁ କାର୍ଯ୍ୟାଦେଶ ଦିଆଯାଇଛି । ତିରିଶ କ୍ୟାଲେଣ୍ଡର ମାସର ସମୟ ସୀମା ମଧ୍ୟରେ ଏହା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।