ବଢ଼ିଲା ଏଜିଙ୍କ ଭତ୍ତା
pitambar acharya
ସୁପ୍ରିମକୋର୍ଟରେ ଉପସ୍ଥିତ ପାଇଁ ପାଇବେ ୫୫ ହଜାର
ଭୁବନେଶ୍ୱର : ରାଜ୍ୟ ସରକାର ଆଡ଼ଭୋକେଟ ଜେନେରାଲ ବା ମହାଧିବକ୍ତାଙ୍କର ଭତ୍ତା ବୃଦ୍ଧି କରିଛନ୍ତି । ରାଜ୍ୟର ବିଧି ପରାମର୍ଶଦାତା ଉଦ୍ଦେଶ୍ୟରେ ମାସିକ ରିଟେନର ଫିସ୍ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ତାହା ୫୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ସୁପ୍ରିମକୋର୍ଟରେ ଗୋଟିଏ ମାମଲାରେ ଉପସ୍ଥିତ ହେବା ପାଇଁ ଏଣିକି ତାଙ୍କୁ ୫୫ ହଜାର ଟଙ୍କା ମିଳିବ । ଅପରପକ୍ଷରେ ସୁପ୍ରିମକୋର୍ଟରେ ଆଟର୍ଣ୍ଣିଂ ଜେନେରାଲଙ୍କୁ ସହାୟତା କରିବା ନିମନ୍ତେ ଦିନକୁ ୩୫ ହଜାର ଟଙ୍କା ପ୍ରଦାନ କରାଯିବ ।
ସଦରମହକୁମା ବାହାରକୁ କାର୍ଯ୍ୟ ସମ୍ପାଦନ ପାଇଁ ତାଙ୍କୁ ଦିନକୁ ୩୫ ହଜାର ମିଳିବ । କଟକରେ କୌଣସି ନ୍ୟାୟାଳୟରେ ଉପସ୍ଥିତି ପାଇଁ ଏବଂ ଉଚ୍ଚ ନ୍ୟାୟାଳୟରେ ଉପସ୍ଥିତ ହୋଇ ମାମଲା ପରିଚାଳନା ନିମନ୍ତେ ମଧ୍ୟ ଦିନକୁ ୩୦ ହଜାର ଟଙ୍କା ପ୍ରଦାନ କରାଯିବ ।