୩୦ ମିନିଟରେ ପିପିଲିରୁ କୋଣାର୍କ

୩୦ ମିନିଟରେ ପିପିଲିରୁ କୋଣାର୍କ

ପିପିଲି : ୩୦ ମିନିଟରେ ପିପିଲିରୁ କୋଣାର୍କ । ୨୦୦ଫୁଟ ଚଉଡାର ୪ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ହେବ । ପୁରୀ ଜିଲ୍ଲା ରୋଡ୍ ନେଟୱାର୍କ ନେଇ ଉଚ୍ଚସ୍ତରୀୟ ବୈଠକ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ପୂର୍ତ୍ତମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକରେ ଏହି ସମ୍ବଦ୍ଧରେ ଆଲୋଚନା କରାଯାଇଛି ।  ପୁରୀ ସହର ଭିତରେ ଥିବା ବିଭିନ୍ନ ରାସ୍ତାର ପ୍ରଶସ୍ତୀକରଣ  ହେବ । ଚାରି ଛକଠାରୁ ଅସ୍ତରଙ୍ଗ,ଜଲାରପୁରଠାରୁ ଚାରିଛକ ୪ଲେନ୍ ରାସ୍ତା ନିର୍ମାଣ ହେବ । ପିପିଲି-କୋଣାର୍କକୁ ସଂଯୋଗ କରିବ ନୂଆ ଗ୍ରୀନ୍ ଫିଲ୍ଡ କରିଡର୍ ।