ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଆସିକା : ଆସିକା ତାଲୁକ ଆଇନସେବା ପ୍ରାଧିକାରଣ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସିକା କୋର୍ଟ ପରିସରରେ ତାଲୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଆସିକା ଅତିରିକ୍ତ ଜିଲ୍ଲା ଓ ଦୌରା ଜର୍ଜ ମନୋଜ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ସବଜଜ୍ ସୁକାନ୍ତ କିଶୋର ଜେନା, ଝିଲ୍ଲୀଲିନା ନାୟକ, ଗୀତାଞ୍ଜଳି ନାଇଡୁ, ଯେଏମ୍ଏଫ୍ସି ଟ୍ରାଇଲ ତ୍ରିପତି ଦାସ, ଯେ ମୋହିନୀ ଆଇନ ପ୍ରାଧିକାରଣ ସଭ୍ୟ ଅନନ୍ତ ସାୟନମ, ରଶ୍ମିତା ସେନାପତି ପ୍ରମୁଖ ଉପସ୍ଥିତ ରହି ବିଚରାଧୀନ ରହିଥିବା ବିଭିନ୍ନ ମକଦ୍ଦମାର ସହଜ ଓ ଆପୋଷ ସମାଧାନ କରିଥିଲେ । ୩୫ଟି ମନି ରିକୋବରୀ ମାମଲା ଶୁଣାଣି କରି ୭ଟି ମାମଲାରେ ୧୪ ଲକ୍ଷ ୧୫ ହଜାର ୫୮୯ଟଙ୍କା ଆଦାୟ କରାଯାଇଥିଲା । ସେହିପରି ୧୭ଟି ଦୁର୍ଘଟଣା ଜନିତ କ୍ଷତି ପୂରଣ ମାମଲାରେ ୧ କୋଟି ୯ଲକ୍ଷ ୪୦ହଜାର, ଆରଏଫ ମାମଲା ୬ଟି ଶୁଣାଣି କରି ୧ଲକ୍ଷ ୩୬ହଜାର, ବିଦୁ୍ୟତ ଜରିମାନା ବାବଦକୁ ପ୍ରାୟ ୧୫ଲକ୍ଷ ଟଙ୍କା ଆଦାୟ ହୋଇଥିଲା । ଆଇନଜୀବୀ ଅନନ୍ତ ନାରାୟଣ ପାତ୍ର, ଶଙ୍କର ପାତ୍ର, ସନ୍ତୋଷ ମିଶ୍ର, ଓକିଲ ସଙ୍ଘ ସଭାପତି ଅଜିତ ଚୌଧୁରୀ, ସମ୍ପାଦକ ନାରାୟଣ ମୁନି, ଉପ ସଭାପତି ଛବିଳ ରାମ ମିଶ୍ର, ଯୁଗ୍ମ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧକ୍ଷ ରାଘବ ନାହାକ, ଆଇନଜୀବୀ ସୁରେନ୍ଦ୍ର ନାଥ ପଣ୍ଡା, ରବୀନ୍ଦ ପାତ୍ର, ସରତେନ୍ଦୁ ପଣ୍ଡା, ସୂର୍ଯ୍ୟପ୍ରକାଶ ରାଓ ପ୍ରମୁଖ ଉପସ୍ଥତି ଥିଲେ ।
ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରା ଜଜ୍ ସୁବ୍ରତ ମହାନ୍ତିଙ୍କ ନିଦେ୍ର୍ଦଶକ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଜ୮ ଟି ଗାଡ଼ି ଦୁର୍ଘଟଣା ଜନିତ ୧, ୩୮,୪୯,୬୨୦ କ୍ଷତିପୂରଣ ଆଦାୟ କରିଛନ୍ତି । ପରିବାର ବିଚାର ବିଭାଗୀୟ ଜଜ୍ ଲିଲିପ୍ତା ପସାୟତ ୧୬ଟି ପାରିବାରିକ ବିବାଦ କେସ୍ ସମାଧାନ କରିଛନ୍ତି । ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୀମା ତ୍ରିପାଠୀ ୪ଟି ଏନ୍ଆଇ ଆକ୍ଟ କେସ୍ ସମାଧାନ କରିଛନ୍ତି । ଦେବାନୀ ଜଜ୍ ମୋନିତା ତ୍ରିପାଠୀ ୩ଟି ବ୍ୟାଙ୍କ ଋଣଦେୟ ବିବାଦ ସମାଧାନ କରି ୨,୪୦,୦୦୦ ଆଦାୟ କରିଛନ୍ତି । ଭାରପ୍ରାପ୍ତ ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଅଙ୍କିତା ପାଣିଗ୍ରାହୀ ୬୬୯ଟି ଫୌଜଦାରୀ ମକଦ୍ଦମା ସମାଧାନ କରିଛନ୍ତି । ଏହି ସଭାରେ ମୋଟ ୭୦୨ଟି କୋର୍ଟ କେସ୍ ଓ ୧୬,୪୦୧ଟି ରାଜସ୍ୱ କେସର ଫଇସଲା ହୋଇ ୬,୧୨,୪୩୦ ରାଜସ୍ୱ ଆଦାୟ ହୋଇଛି । ସେହିପରି ବ୍ୟାଙ୍କର ୨୨ଟି ପ୍ରାକ ମକଦ୍ଦମା ଫଇସଲା ହୋଇ ୫,୭୯,୭୮୪ ଋଣ ଆଦାୟ ହୋଇଛି । ଟିପିଏସ୍ଓଡିଏଲ୍ ୧୮୭ଟି ପ୍ରାକ ମକଦ୍ଦମା ଫଇସଲା ହୋଇ ୧୫,୮୬,୬୫୧ ଦେୟ ଆଦାୟ ହୋଇଛି । ଅତିରିକ୍ତ ଜିଲ୍ଲା ଜଜ୍ ବିଷ୍ଣୁ ପ୍ରସାଦ ମିଶ୍ର ଯୋଗ ଦେଇଥିଲେ । ସାଇ ଅଭିସ୍ପା ଗୋଛାୟତ ପରିଚାଳନା କରିଥିôଲେ ।
ଛତ୍ରପୁର: ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପ୍ରଦୀପ ସାମଲ, ସିନିୟର ସିଭିଲ ଜଜ୍ ପୂଜା ଦେ, ଏସ୍ଡିଜେଏମ୍ ପ୍ରିତିଶ ରଥ ଓ ଜେଏମ୍ଏଫସି ସ୍ୱାଗତିକା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୧୪୪ଟି ମାମଲାର ବିଚାର ହୋଇ ୫୬ଟି କେସର ଫଇସଲା ହୋଇଥିବା ବେଳେ, ମୋଟ ୫୮ ଲକ୍ଷ ୩୮ ହଜାର ୪ଶହ ଟଙ୍କା ଆଦାୟ ହୋଇଛି । ଏଥିରେ ୨ଟି ମୋଟର ଦୁର୍ଘଟଣା, ଗୋଟିଏ ଚେକ୍ ବାଉନ୍ସ, ୪ଟି ସିଭିଲ କେସ୍, ୫ଟି ବ୍ୟାଙ୍କ କେସ୍, ୩ ଟି ଶ୍ରମ ବିବାଦ କେସ୍ରେ ଟଙ୍କା ଆଦାୟ ନିମନ୍ତେ ନିଦେ୍ର୍ଦଶ ଦିଆଯାଇଛି । ଏହା ସହ ୪ଟି ବୈବାହିକ ଏବଂ ୩୭ଟି କ୍ରିମିନାଲ କେସ୍ର ସମାଧାନ ହୋଇଛି । ଗୋକୁଳ ଚନ୍ଦ୍ର ପଣ୍ଡା, ଛତ୍ରପୁର ଓକିଲ ସଂଘ ସଭାପତି ପ୍ରଦୀପ ପାଢୀ, ସରକାରୀ ଓକିଲ ସିମାଞ୍ଚଳ ମହାପାତ୍ର, ନିରାକାର ମାଳି, ସୁରଜିତ ସାମନ୍ତରାୟ, ନିତ୍ୟାନନ୍ଦ ମୁଦୁଲି, ସୁମିତ ସାହୁ, ରାମକୃଷ୍ଣ ଦାଶ, ଡମିନାଥ ସାହୁ ଓ ସୁରେଶ ସେନାପତିଙ୍କ ପରିଚାଳନା କରିଥିଲେ ।
ଜୟପୁର: ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦୀପ ମହନ୍ତିଙ୍କ ତତ୍ତ୍ୱାବଧାନରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲା ଦୌରା ଜଜ୍ ପ୍ରଦୀପ ମହନ୍ତ, ଦେବାନି ବିଚାରପତି ସ୍ୱୟଂ ପ୍ରକାଶ ଦାସ, ମହିଳା କୋର୍ଟ ବିଚାରପତି ଅଳକାନନ୍ଦା ମହାନ୍ତି, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ଏସ. ଶୁଭଲକ୍ଷ୍ମୀ, ରେଜିଷ୍ଟାର ବିଷ୍ଣୁ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ସନ୍ତୋଷ ବାରିକ, ହରମନ ଦାଶ, ସୁଶ୍ରୀ ଦୀକ୍ଷା ରାଉତରାୟ, ପ୍ରଜ୍ଞାସୁମନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସର୍ବମୋଟ ବିଚାରାଧିନ ବିବାଦୀୟ କେସ୍ ୫୭୫୩ ବିଚାର କରାଯାଇ ୪,୬୩,୫୯,୨୯୨ ଟଙ୍କା ଧାର୍ଯ୍ୟ ହେଲା । ପ୍ରାକ୍ ମୋକଦ୍ଦମା ସ୍ତରରେ ବିଭିନ୍ନ ବ୍ୟାଙ୍କର ଋଣ ମାମଲା, ଆର୍ଟିଓ, ଟାଟା ପାୱାର, ବିଏସ୍ଏନ୍ଏଲ୍, ପାରିବାରିକ ମାମଲା, ଜମିଜମା ମାମଲା ଇତ୍ୟାଦି ୨୨୧୭ ରୁ ୬୬୯ଟି ମାମଲା ସମାଧାନ ହୋଇ ୨,୦୬,୯୦,୭୫୯ ଟଙ୍କା ଧାର୍ଯ୍ୟ ହୋଇଛି । ଏଥିରେ ଦାଶରଥି ପଟ୍ଟନାୟକ, ତ୍ରିନାଥ ସିଂ ଲାଲ୍, ଗିରିଧର ଖୋରା, ସୁନିଲ ମହାନ୍ତି, ଶଶାନନ୍ଦ ମିଶ୍ର, ଏସ୍ଏମ୍ଏମ୍ ଦିନବନ୍ଧୁ, ଜ୍ୟୋତିରଞ୍ଜନ ପୁରାଜୀ, ବିନୟ ବିଶ୍ୱାସ୍, ସୁରେଶ ହଡପ, ଯୁଗଳ କିଶୋର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।
ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ କୋର୍ଟ ପରିସରରେ ଚଳିତ ବର୍ଷର ତୃତୀୟସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ତାଲୁକସ୍ତରୀୟ ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ସିଭିଲ ଜଜ୍ ସିନିୟର ଇଶା ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଲୋକ ଅଦାଲତରେ ଖଡ଼ିଆଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଣମ କୁମାର ରାଉତ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସିଭିଲ ଜଜ ଜୁନିୟର ଡିଭିଜନ ସୁଶ୍ରୀ ସମୀକ୍ଷା ସା, ଭାରତୀୟ ଷ୍ଟେଟ ବ୍ୟାଙ୍କ ଖଡ଼ିଆଳ ମୁଖ୍ୟ ଶାଖା, ଆଜାଦ ଚୌକ ଶାଖା, ବ୍ୟାଙ୍କ ଅଫ୍ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ, ଏବଂ ଉକôଳ ଗ୍ରାମ୍ୟ ବ୍ୟାଙ୍କର ସମୂହ ଅଧିକାରୀ ଗଣ ଉପସ୍ଥିତ ରହି ଖଡ଼ିଆଳ ଜେଏମ୍ଏଫସି କୋର୍ଟ ଗୋଟିଏ ସିଭିଲ କେସ ଏବଂ ଗୋଟିଏ ପାରିବାରିକ ମାମଲା ସହ ୨୩ ଗୋଟି ଏଫଆରଟି ମାମଲାର ଫଇସଲା କରାଯାଇଥିଲା । ସିଭିଲ ଜଜ ସିନିୟର କୋର୍ଟ ଚାରି ଗୋଟି ବ୍ୟାଙ୍କ କେସ୍, ଚାରି ଗୋଟି ସିଭିଲ କେସ୍ର ଫଇସଲା କରାଯାଇ ବ୍ୟାଙ୍କର ଋଣ ଖିଲାପକାରୀଙ୍କ ଠାରୁ ସର୍ବମୋଟ ୫ ଲକ୍ଷ ୬୧ ହଜାର ୫ଶହ ଟଙ୍କା ଆଦାୟ କରାଯାଇଥିଲା । ଉକ୍ତ ଲୋକ ଅଦାଲତକୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ବରିଷ୍ଠ ଓକିଲ ବିରଜା ସିଂ ଦଳପତି, ସରକାରୀ ଓକିଲ ଆଦିତ୍ୟ ମହାପାତ୍ର, ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ସିଂ ଦେଓ ନରେନ୍ଦ୍ର ମେହେର, ଦିନେଶ ତିୱାରୀ, ଟଙ୍କଧର ପଟେଲ, ଶଙ୍କର ପଣ୍ଡା, ସାମ୍ବ ସରାଫ ପ୍ରମୁଖ ସହଯୋଗ କରିଥିଲେ ।
ଖଣ୍ଡପଡ଼ା: ଖଣ୍ଡପଡ଼ା ତାଲୁକ ଆଇନ ସେବା କମିଟି ପକ୍ଷରୁ ଅଦାଲତ କାର୍ଯ୍ୟାଳୟ ପରିସରରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଦେୱାନୀ ଜର୍ଜ ରଶ୍ମିରେଖା ପାତ୍ର ଓ ଖଣ୍ଡପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍ଗସ୍ୱରପା ଚାଟାର୍ଜୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଲୋକ ଅଦାଲତରେ ୧୩ଟି ଜମିଜମା ବିବାଦୀୟ ମାମଲାରୁ ୯ଟି ଓ ଅପରାଧିକ ମାମଲା ସମ୍ପର୍କୀତ ୧୨୬ଟି ମାମଲାରୁ ୨୮ଟିର ସମାଧାନ କରାଯାଇଥିଲା । ସେହିପରି ଜାତୀୟ କରଣ ବ୍ୟାଙ୍କ ଶାଖା ଗୁଡିକର ୧୬୫ଟି ମାମଲାରୁ ୧୯ଟିର ସମାଧାନ କରାଯାଇ ସେ ବାବଦରେ ସର୍ବମୋଟ ୧ଲକ୍ଷ ୯୭ହଜାର ୯ଶହ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି । ସରକାରୀ ଓକିଲ ସୁଜାତା ବେହେରା, ବରିଷ୍ଠ ଆଇନଜୀବୀ ସିର୍ଦ୍ଧାଥ ଶଙ୍କର ରାୟ, ଖଣ୍ଡପଡ଼ା ଓକିଲ ସଂଘ ସମ୍ପାଦକ ବିକ୍ରମ କେଶରୀ ଦେଓଙ୍କ ସମେତ ବହୁ ଆଇନଜୀବୀ ଓ ବ୍ୟାଙ୍କ କର୍ମଚାରୀମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅଦାଲତର ସମସ୍ତ କର୍ମଚାରୀ ସକ୍ରୀୟ ସହଯୋଗ କରିଥିଲେ ।