ଖୋ-ଖୋ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ

 ଭୁବନେଶ୍ୱର  : ବିନୟ ମାର୍ଗ ଖୋର୍ଟ କମଦେହ, ଚାଣକ୍ୟପୁରୀ, ନିୟୁ ଦିଲ୍ଲୀଠାରେ ହେବାକୁ ଥିବା ସର୍ବ ଭାରତୀୟ ବେସାମରିକ ହକି ପ୍ରତିଯୋଗିତା ମାର୍ଚ୍ଚ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଖେଳାଳି ଚୟନ ପ୍ରକ୍ରିୟା ଆସନ୍ତା ମାର୍ଚ୍ଚ ୯ ତାରିଖ ରବିବାର ସକାଳ ୯ଟାରେ ଲୋକସେବା ଭବନ ପଛପାଖ, ଗେଟ ନମ୍ବର ୫ ନିକଟରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ କେବଳ ନିୟମିତ ସରକାରୀ ଚାକିରୀରେ ଥିବା କର୍ମଚାରୀମାନେ ଭାଗ ନେଇପାରିବେ । ଏହି ଖେଳରେ ଯେଉଁମାନେ ଭାଗ ଦେବାକୁ ଚାହାଁନ୍ତି ସେମାନେ ନିଜର ସେବା ପୁସ୍ତିକାର ପ୍ରଥମ ପୃଷ୍ଠା, ବିଭାଗ/ ଅଫିସ ପରିଚୟ ପତ୍ର ସହ ଏକ ପାସ୍ପୋର୍ଟ ଫଟୋ ଏବଂ ନିଜର ବିଭାଗ/ ଅଫିସରୁ "ନୋ ଅବ୍ଜେକସନ୍ ସାର୍ଟିଫିକେଟ ସାଙ୍ଗରେ ଆଣି ଉକ୍ତ ସ୍ଥାନରେ ନିର୍ଦ୍ଧାରିତ ସମୟରେ ପଞ୍ଜିକରଣ କରି ଚୟନ ପ୍ରକ୍ରିୟାରେ ଭାଗ ନେଇ ପାରିବେ । ଅଧିକ ବିବରଣୀ ପାଇଁ ହର ପ୍ରସାଦ ବିଶାଳଙ୍କ ମୋବାଇଲ ନମ୍ବର ୯୪୩୭୨୨୮୬୮୨, ମୋତିଲାଲ କାଲୋ ୯୯୩୭୨୨୧୩୨୯, ଏବଂ ଅକ୍ଷୟ ପରିଡ଼ାଙ୍କୁ ୬୩୭୧୪୫୩୩୫୪ ନମ୍ବରରେ ଯୋଗାଯୋଗ କରିପାରିବେ ।