ଭାରତ ବି ୩୮୭ରେ ଅଟକିଲା : ରାହୁଲଙ୍କ ଶତକ, ପନ୍ତ ଓ ଜାଡ଼େଜାଙ୍କ ଅର୍ଦ୍ଧଶତକ
ଲର୍ଡ୍ସ : ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡ୍ରେ ଇଂଲଣ୍ଡ ସହ ସମକକ୍ଷ ସ୍କୋର୍ କରିଛି ଭାରତ । ଦୁଇଦିନ ଧରି ଇଂଲଣ୍ଡ ୩୮୭ରେ ଅଲ୍ଆଉଟ୍ ହୋଇଥିବା ବେଳେ ଗତକାଲି ଠାରୁ ବ୍ୟାଟିଂ କରିଥିବା ଭାରତ ଆଜି ବି ୩୮୭ରେ ଅଟକିଛି । କେଲ୍ ରାହୁଲ ଶତକୀୟ ଇନିଂସ୍ ଖେଳିଥିବା ବେଳେ ଜାଡ଼େଜା ଅର୍ଦ୍ଧଶତକ (୭୨) ଏବଂ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ (୭୪) ବଳରେ ଭାରତ ଆଜି ଇଂଲଣ୍ଡ ସହ ସମକକ୍ଷ ହୋଇ ୩୮୭ରେ ଅଲ୍ ଆଉଟ୍ ହୋଇଛି । ସେପଟେ ଇଂଲଣ୍ଡ ମଧ୍ୟ ଦ୍ୱିତୀୟ ଇଂନିସ୍ ଆରମ୍ଭ କରିଦେଇଛି ।
ତେବେ ପ୍ରଥମ ଇନିଂସ୍ରେ ରାହୁଲ ୧୦୦ ରନ କରିବା ପରେ ସୋଏବ ବସିରଙ୍କ ବଲରେ ଆଉଟ ହୋଇଥିଲେ । ସେହିପରି ପନ୍ତ ୭୪ ରନ କରି ରନ ଆଉଟ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ୱକ୍ସ, ଜୋଫ୍ରା ଆର୍ଚର, ବେନ ଷ୍ଟୋକ୍ସ ଓ ସୋଏବ ବସିର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ କ୍ରାଉଲି ଓ ବେନ ଡକେଟ ଏକ ଭଲ ଆରମ୍ଭ କରିଥିଲେ ବି ଏକ ବଡ଼ ପାର୍ଟନରସିପ କରିପାରିନଥିଲେ । ପ୍ରଥମ ଇନିଂସ୍ରେ ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୫ଟି ୱିକେଟ ନେଇଥିବାବେଳେ ନୀତୀଶ ରେଡ୍ଡି ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଆଉ ରବୀନ୍ଦ୍ର ଜାଡ଼େଜା ଗୋଟିଏ ୱିକେଟ ନେଇଥିଲେ ।