ପ୍ରଶାନ୍ତ କିଶୋର କହିଲେ ‘ଓଡ଼ିଶା, ବେଙ୍ଗଲରେ ବିଜେପି ହେବ ଏକ ନମ୍ବର’
PRASANTA KISHORE
ଭୁବନେଶ୍ୱର : ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଥିବାବେଳେ ବିଜେଡ଼ି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ବିଜେଡ଼ି ପୁଣିଥରେ ସରକାର ଗଢ଼ିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରୁଥିବାବେଳେ ବିଜେପି ଏକାକୀ ସରକାର ଗଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହି ଆସୁଛନ୍ତି ।
ଏସବୁ ଭିତରେ ରାଜନୀତିକ ରଣନୀତିକାର ପ୍ରଶାନ୍ତ କିଶୋର ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତିଯେ, ସମସ୍ତଙ୍କୁ ଚକିତ କରି ବିଜେପି ଉଭୟ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଏକ ନମ୍ବର ହୋଇଯିବ । ଏପରିକି ତେଲେଙ୍ଗାନାରେ ବିଜେପି ଏକ ନମ୍ବର କିମ୍ବା ଦୁଇ ନମ୍ବର ହେବବୋଲି ସେ କହିଛନ୍ତି । ତେବେ ପ୍ରଶାନ୍ତ କିଶୋର ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ମନ୍ତବ୍ୟ ଦେଇଛନ୍ତି ।