ଟଙ୍କପାଣି ମା’ଙ୍କ ଷୋଡ଼ଶ ପୂଜା
ାା ପ୍ରଭାନୁ୍ୟଜ୍ ।ା ବାଲିଅନ୍ତା: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଟଙ୍କପାଣି ଗ୍ରାମରେ ବିରାଜମାନ ମା’ଟଙ୍କପାଣି ଙ୍କ ଷୋଡ଼ଶ ପୂଜା ଆରମ୍ଭ ହୋଇଯାଇଛି ।ପୂଜା ପାଇଁ ଚଳ ଚଞ୍ଚଳ ମା'ଙ୍କ ପୀଠ । ମୂଳାଷ୍ଟମୀ ଦିନ କୁଆଖାଇ ନଦୀରେ କୁମ୍ଭାଭିଷେକ କରାଯାଇ ପୂର୍ଣ୍ଣକୁମ୍ଭକୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ସଙ୍କୀର୍ତ୍ତନ କରି ଶୋଭାଯାତ୍ରାରେ ଅଣାଯାଇ ମା'ଙ୍କ ପୀଠରେ ସ୍ଥାପନ କରାଯାଇଥିଲା । ସେହିଦିନ ରାତ୍ରରେ ମା'ଙ୍କ ମହାସ୍ନାନ ପରେ ଷୋଡ଼ଶ ପୂଜା କରାଯାଇ କାକରା, ଗଜାମୁଗ, ନଡ଼ିଆ, କଦଳୀ, ଆଦି ନୈବେଦ୍ୟ ଲାଗି କରାଯାବା ପରେ ଅନ୍ନପ୍ରସାଦ ଭୋଗ ଲାଗି ହୋଇଥିଲା ।ମୂଳାଷ୍ଟମୀ ପର ଦିନ ଠାରୁ ଭୋର୍ ସମୟରେ ମା’ଙ୍କ ସ୍ନାନ ପରେ ଚଣ୍ଡୀ ପାଠ ଓ ଅପରାହ୍ନରେ ପୁନଃ ମା’ଙ୍କ ସ୍ନାନ ପରେ ମନ୍ଦିର ପୁରୋହିତ ଙ୍କ ଦ୍ୱାରା ସ୍ୱତନ୍ତ୍ର ବେଶ୍ କରାଯିବା ପରେ ଷୋଡ଼ଶ ଉପଚାର ପୂଜାର୍ଚ୍ଚନା କରାଯାଇଥାଏ । ଏହି ସମୟରେ ସେବକଙ୍କ ଦ୍ୱାରା ଘଣ୍ଟମର୍ଦ୍ଦଳ ବଜାଇ ଶ୍ରଦ୍ଧାଳୁ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରାଯାଇଥାଏ । ପୂଜାଶେଷରେ ସଂଧ୍ୟାରେ ମା'ଙ୍କ ପୁନଃ ସ୍ନାନ ମାର୍ଜଣା କରାଯିବା ପରେ କ୍ଷୀରି, ପିଠା ଭୋଗ କରାଯାଏ । ମହାଷ୍ଟମୀ ଦିନ ଅର୍ଦ୍ଧ ରାତ୍ରରେ ମା'ଙ୍କ ସନ୍ଧିପୂଜା ଓ ହୋମ କରାଯାଇ ପୂଜା ସମାପନ କରାଯିବ ।