ସମସ୍ୟା ଘେରରେ ଶ୍ରୀରାମପୁର ପଞ୍ଚାୟତ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାର ଶତାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସବୁ ଦିନିଆ ରାସ୍ତା ନଥିବା ଯୋଗୁଁ ଅଂଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାହାର ଜ୍ୱଳନ୍ତ ଉଦାହରଣ ହେଉଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକର ଦୁର୍ଗମ ପଂଚାୟତ ଶ୍ରୀରାମପୁର । ଉକ୍ତ ପଞ୍ଚାୟତର ଶେଷ ସୀମାରେଖାରେ ଗଠିତ ଶ୍ରାମ୍ବୀ, ବଡ ସାହି, ମଝୀ ସାହି, ଲତୁଡ଼ି ସାହି, ମହୁଲ ଭଜା, ମେରାଗୁଡ଼ି, ଡଙ୍ଗା ବାଦେରୀ ଭଳି ଅନେକ ଗ୍ରାମ ଅଛି । ଏହି ସବୁ ଗ୍ରାମ ଗୁଡିକରେ ଲୋକେ ପୂର୍ବ ପୁରୁଷ ଅମଳରୁ ବସବାସ କରି ଆସୁଛନ୍ତି । ଯାତାୟତ ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଆଜି ମଧ୍ୟ ଏହି ସବୁ ଗ୍ରାମଗୁଡିକରେ ବିକାଶ ଏକ ପ୍ରକାର ଅପହଂଚ । ଗତ ୧୦ ବର୍ଷ ପୂର୍ବେ ମାଟି ରାସ୍ତା ହୋଇଥିଲା ତାହା ଏବେ ସମ୍ପୂର୍ଣ ଖରାପ ହୋଇଗଲାଣି ପରିସ୍ଥିତି ଏଭଳି ହେଲାଣି ଯେ ଚାଲିକି ଯିବା ମଧ୍ୟ ଏକ ପ୍ରକାର ଅସମ୍ଭବ । ପାହାଡିଆ ପାଣି ଆସି ରାସ୍ତା ଉପରେ ମାଡିଥାଏ । ଫଳରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତାର ବିଭିନ୍ନ ସ୍ଥାନରେ ପ୍ରାୟ ୨ ଫୁଟ ଗଭୀର ଗର୍ତ ଦେଖିବାକୁ ମିଳୁଛି । ବର୍ଷା ହୋଇଗଲେ ଶ୍ରୀରାମପୁର ପଂଚାୟତ, କୋଟଗଡ ବ୍ଲକ, ତହସିଲ କାର୍ଯ୍ୟାଳୟ, ବଜାରକୁ ଯାତାୟତ ଠପ୍ ହୋଇଯାଏ । ସରକାରଙ୍କ ପକ୍ଷରୁ ଶ୍ରୀରାମପୁର ପଂଚାୟତରେ ଦିଆଯାଉଥିବା ସରକାରୀ ଚାଉଳ ମଧ୍ୟ ଆଣିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ପାନୀୟ ଜଳର ଘୋର ସମସ୍ୟା । ଗ୍ରାମରେ ନା ଅଛି ନଳକୂପ ନା ଅଛି କୁଅ ନା ଅଛି ସୋଲାର ପାଣି ଟାଙ୍କି । ୫ ବର୍ଷ ପୂର୍ବେ ସରକାରଙ୍କ ତରଫରୁ ବସୁଧା ପାଣି ଟାଙ୍କି ଦିଆଯାଇଥିଲା ସତ କିନ୍ତୁ ଆଜି ପର୍ଯ୍ୟନ୍ତ ଗ୍ରାମରେ କୌଣସି କାର୍ଯ୍ୟକାରି ହୋଇପାରୁନାହିଁ । ଶେଷରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ଗ୍ରାମ ଠାରୁ ପ୍ରାୟ ୧ କି.ମି. ଦୂରତାକୁ ଗଲେ ଏକ ପାହାଡିଆ ଚୁଆ ଦେଖିବାକୁ ମିଳେ ସେହି ଚୁଆ ପାଣିକୁ ଗରା, ମାଠିଆ, ହାଣ୍ଡି, ବାଲ୍ଟି ରେ ଗାମୁଛା ପକାଇ ଛାଣି ଆଣି ପାନୀୟ ଜଳ ରୂପେ ବ୍ୟବହାର କରନ୍ତି । ସେହି ଦୂଷିତ ପାଣିରେ ଗାଈ, ଛେଳି, ଘୁଷୁରୀ, କୁକୁର, ମଇଁଷି, ମେଣ୍ଢା ଭଳି ବିଭିନ୍ନ ଗୃହପାଳିତ ପଶୁପକ୍ଷୀଙ୍କୁ ଗାଧୋଇ ଦିଅନ୍ତି । ସେହି ଦୂଷିତ ପାଣିକୁ ବ୍ୟବହାର କରି ବୃକକ, କିଡ଼ନୀ ରୋଗ, ଝାଡାବାନ୍ତି, ମ୍ୟାଲେରିଆ, ଚର୍ମ ରୋଗ ଭଳି ଅନେକ ରୋଗରେ ଗ୍ରାମବାସୀମାନେ ଆକ୍ରାନ୍ତ ହୋଇଥାନ୍ତି । ବିଦ୍ୟୁତ ଆଲୋକ କଥା ନକହିବା ଭଲ, କାରଣ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇଛି କିନ୍ତୁ ମାସିକ ୩୦ ଦିନରୁ ୪/୫ ଦିନ କେବଳ ବିଜୁଳି ରହେ ତାହା ବି ଲୋଭୋଲ୍ଟେଜ । ଏବେ ଏକ ମାସରୁ ଉର୍ଦ୍ଧ୍ୱ ହେବ ଗ୍ରାମରେ ବିଦ୍ୟୁତ ନାହିଁ । ଶେଷରେ ଗ୍ରାମବାସୀ ମାନଙ୍କ ଏକ ହିଁ ଭରସା ଡିବିରୀ ଜାଳି ଜୀବନଯାପନ କରୁଛନ୍ତି । ଉକ୍ତ ଗ୍ରାମ ଗୁଡିକରେ କେବଳ ଆଦିବାସୀ ସମ୍ପ୍ରଦାୟର ଲୋକେ ହିଁ ବସବାସ କରନ୍ତି । ଜଙ୍ଗଲରେ ତାର ଛିଡି ରାସ୍ତା ଉପରେ ପଡିଛି । ମାସ ମାସ ଧରି ବିଦ୍ୟୁତ କର୍ମଚାରୀଙ୍କ ପତା ମିଳୁନି କି ଗ୍ରାମକୁ ଯାଉନାହାନ୍ତି । ଏହି ବିଦ୍ୟୁତ ତାର ଛିଡ଼ିକି ରାସ୍ତା ଉପରେ ପଡିଛି । ଗାଡି ମୋଟର ଯାତାୟତ କଲା ବେଳେ ସେ ରାସ୍ତା ଉପରେ ବିଦ୍ୟୁତ ତାର ପଡି ରହିଛି କେତେବେଳେ କଣ ହେବ କିଛି କହି ହେଉନାହିଁ । ଯାହା ଫଳରେ ଗାଡିବାଲାଙ୍କ ଯାତାୟତରେ ବହୁ ଅସୁବିଧା ହେଉଛି ଓ ବିପଦସଂକୁଳ ଅବସ୍ଥାରେ ଲୋକେ ଆଉ ଗାଡି ମୋଟର ଯାତାୟତ କରୁଛି ତଥାପି ବିଦ୍ୟୁତ କର୍ମଚାରୀଙ୍କ ନଜର ନାହିଁ ଡାକିଲେ କହୁଛନ୍ତି ଟଙ୍କା ଦେଲେ ଆସିବୁ ବୋଲି । ଏହି ବିଦ୍ୟୁତ ବିଭାଗର କର୍ମଚାରିଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । ମାସରୁ ଉଦ୍ଧ୍ୱର୍ ହେଲା ଆଜି ପର୍ଯ୍ୟନ୍ତ ଶ୍ରାମ୍ବୀ ଗ୍ରାମକୁ ଯାଉନାହାନ୍ତି । ଗ୍ରାମବାସୀ ୱାର୍ଡମେମ୍ବର ତିଡୁଙ୍ଗି ସୁନାମାଝି, ଦେବନାଥ ପାଟମାଝି, ବଣ୍ଡା ବଡ଼ ମାଝୀ, ବିନୋଦ ମଲିକ, ଅଲିଓ ମଲିକ, ଅମିତ ସୁନା ମାଝୀ, ସୁମକାନ୍ତ ମଲିକ, ପିତ ପ୍ରଧାନ, ବର୍ଗ ମଲିକ, ଡାଳପା ପାଟମାଝି, ମୁକୁନ୍ଦ ମଲିକ, ଲୁକଶା ମଲିକ, ରବି ପାଟମାଝି,ରୁନିତା ମଲିକ, ଅଞ୍ଜଳୀନ ପାଟମାଝି, ରିମିତା ସୁନାମାଝି, ଏଲିନା ପ୍ରଧାନ, ନିରନ୍ତି ମଲିକ, ଅମ୍ବିକା ପ୍ରଧାନ, ମାରିଆ ପ୍ରଧାନ, ତିଲ ପାଟମାଝି ପ୍ରମୁଖ ଉକ୍ତ ଗ୍ରାମ ଗୁଡିକୁ ରାସ୍ତା ଘାଟ, ପାନୀୟ ଜଳ, ବିଦ୍ୟୁତ ଆଲୋକ ଭଳି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ।