ଭିଜିଲାନ୍ସ ସଚେତନତା ସପ୍ତାହକୁ ନେଇ କର୍ମଶାଳା 

ାା ପ୍ରଭାନୁ୍ୟଜ୍ ।ା ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା ସପ୍ତାହକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ରାମ ବୀର ସିଂହଙ୍କ ଅଧ୍ୟାକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ନ୍ୟାୟଧ୍ୟକ୍ଷ ସୁଶ୍ରୀସଂଗୀତା ପାତ୍ର ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନଜୀବି ଅଶୋକ କୁମାର ପଟ୍ଟନାୟକ, ରାଜେଶ ପଟ୍ଟନାୟକ, ସାଗର ପାଣିଗ୍ରାହୀ ଏବଂ ସଂଯୁକ୍ତା ଦତ୍ତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକାର ଦୁର୍ନୀତି ଏବଂ ଏହା ଦେଶ ପାଇଁ କିପରି କ୍ଷତି କାରକ ସେନେଇ ନିଜର ମତ ପ୍ରକାଶ କରିଥିଲେ । ବିଶେଷ କରି ଦୁର୍ନୀତିକୁ ରୋକିବା ଦିଗରେ ସାଧାରଣ ନାଗରିକର କର୍ତ୍ତବ୍ୟ କଣ ଆଦି ସମ୍ପର୍କରେ କେନ୍ଦ୍ରୀୟ ବିଦ୍ୟାଳୟ କର୍ମଚାରୀଙ୍କୁ ସଚେତନ କରିଥିଲେ । ନ୍ୟାୟଧ୍ୟକ୍ଷ ଶ୍ରୀମତୀ ପାତ୍ର ସମସ୍ତଙ୍କୁ ଦୁର୍ନୀତି ବିରୋଧରେ ଶପଥ ପାଠ କରାଇଥିଲେ । ସୂଚନା ଯୋଗ୍ୟ ଯେ, ଦେଶରେ ଅକଟୋବର ୨୮ ରୁ ନଭେମ୍ବର ୩ ଯାଏଁ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଏ । କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ଏବଂ ଅଧ୍ୟାପକ ଅମିତ ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓ ସଭା ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ ।