ବ୍ରିଜରୁ ଖସିପଡ଼ିଲା ସ୍କୁଟି ଚାଲିଗଲା ୩ ସାଙ୍ଗଙ୍କ ଜୀବନ

ବ୍ରିଜରୁ ଖସିପଡ଼ିଲା ସ୍କୁଟି ଚାଲିଗଲା ୩ ସାଙ୍ଗଙ୍କ ଜୀବନ


ଭୁବନେଶ୍ୱର : ଦଣ୍ଡ ନାଚ ଦେଖି ସ୍କୁଟିରେ ଘରକୁ ଫେରୁଥିଲେ  । ହେଲେ ବାଟରେ ମୃତୁ୍ୟ ଜଗି ବସିଛି ବୋଲି କିଏ ଅବା ଜାଣିଥିଲା  । ବାଟରେ ଆସୁଥିବାବେଳେ ଭାରସାମ୍ୟ ହରାଇ ସ୍କୁଟିଟି ବ୍ରିଜ ତଳକୁ ଖସିପଡ଼ିଲା  । ଫଳରେ ସେଇଠାରେ ହିଁ ତିନି ସାଙ୍ଗ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ  । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ମଣ୍ଡାକିଆ ବୁଡ଼ାମାହା ନିକଟରେ ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି  । ମୃତ ଯୁବକମାନେ ହେଲେ ରାଇକିଆର ବସନ୍ତ ପଣ୍ଡା ଓ ବେରେଡାକିଆର ବ୍ରହ୍ମାନନ୍ଦ ଭୋଇ ଓ କୁଶଲ ଦିଗାଲ ।
ମିଳିଥିବା ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ୩ ଜଣ ସାଙ୍ଗ ଦଣ୍ଡନାଚ ଦେଖି ବାବୁଲିଆରୁ ଘରକୁ ଫେରୁଥିଲେ । ଏହି ସମୟରେ ମଣ୍ଡାକିଆ ବୁଡାମାହା ନିକଟରେ ସ୍କୁଟିଟି ଭାରସାମ୍ୟ ହରାଇ ବ୍ରିଜରେ ଥିବା ବାଡାକୁ ଧକ୍କା ଦେଇଥିଲା ।