ପଞ୍ଚାୟତ ଦଲାଲ ସାବଧାନ ! ଯାଞ୍ଚ ହେବ ପ୍ରକଳ୍ପ, ତା’ପରେ କାର୍ଯ୍ୟାନୁଷ୍ଠାନ

Panchayat Project Odisha Suryaprava

ପଞ୍ଚାୟତ ଦଲାଲ ସାବଧାନ ! ଯାଞ୍ଚ ହେବ ପ୍ରକଳ୍ପ, ତା’ପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଗାଁ ଦଲାଲମାନଙ୍କୁ ସାବଧାନ କରିଦେଇଛନ୍ତି ସରକାର  । ଅନେକ ସ୍ଥାନରେ ଗୋଟିଏ ପ୍ରକଳ୍ପ ପାଇଁ ପଞ୍ଚାୟତ, ବ୍ଳକ, ବିଧାୟକ ପାଣ୍ଠି ଓ ସାଂସଦ ପାଣ୍ଠିରୁ ଟଙ୍କା ଆସୁଛି  । ଏନେଇ ବିଧାନସଭାରେ ଅଭିଯୋଗ ମଧ୍ୟ ଆସିଛି  । ଏମିତିକି ବାଚସ୍ପତି ସୁରମା ପାଢ଼ୀ ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି  । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ କହିଲେଯେ, ନିର୍ଦ୍ଦିଷ୍ଟ ଅଭିଯୋଗ ସହ ପ୍ରମାଣ ଆସିଲେ, ଯାଞ୍ଚ ଓ ପଦକ୍ଷେପ ନିଆଯିବ  । ବର୍ତ୍ତମାନ କେନ୍ଦ୍ର ଅର୍ଥ କମିସନ ଅଧିନରେ ୭୦% ପଞ୍ଚାୟତ, ୨୦% ବ୍ଲକ ଓ ୧୦% ଜିଲ୍ଲା ପରିଷଦକୁ ଯାଉଛି  । ସେହିପରି ରାଜ୍ୟ ଅର୍ଥ କମିସନ ଅଧିନରେ ୬୦% ପଞ୍ଚାୟତ, ୩୦% ବ୍ଲକ ଓ ୧୦% ଅର୍ଥ ଜିଲ୍ଲା ପରିଷଦକୁ ଯାଉଛି  । ଯେଉଁ ଯେଉଁ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ବିଭିନ୍ନ ସୂତ୍ରରୁ ଅର୍ଥ ଆସି ବାଟମାରଣା ହେଉଛି, ସେସବୁର ଉଚ୍ଚସ୍ତରୀୟ ତଦନ୍ତ ହେବ  । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି  । ଆମ ଓଡ଼ିଶା ନବୀନ ଓଡ଼ିଶାରେ ସ୍କୁଲ କାମ ସାରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କଲେ କଂଗ୍ରେସ ବିଧାୟକ ତାରା ବାହିନୀପତି  । ଏହାର ଉତ୍ତରରେ ମନ୍ତ୍ରୀ କହିଥିଲେଯେ, ସ୍କୁଲମାନଙ୍କୁ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାରୁ ଟଙ୍କା ଦିଆଯାଇଥିଲା  । ପ୍ରସ୍ତାବ ଦେଖି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି  ।