ଛେପ ଢୋକିଲେ ଦେବାଶିଷ, କହିଲେ ମୋ ବ୍ୟକ୍ତିଗତ ମତ

Debasish Samantaray

ଛେପ ଢୋକିଲେ ଦେବାଶିଷ, କହିଲେ ମୋ ବ୍ୟକ୍ତିଗତ ମତ

।। ପ୍ରଭାନ୍ୟୁଜ ।। କଟକ : କୁଜଙ୍ଗ ସଭାରେ ବିସ୍ଫୋରକ ବୟାନ ପରେ ରବିବାର ସ୍ପଷ୍ଟୀକରଣ ରଖିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଲେ ଏହା ମୋର ବ୍ୟକ୍ତିଗତ ମତ । ରାଜନୀତିରେ ସବୁ ସମ୍ଭବ । ତେବେ ମେଣ୍ଟ ହେବ କି ନାହିଁ ସେ ନିଷ୍ପତ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ । ସୂଚନାଯୋଗ୍ୟ, ପାରାଦ୍ୱୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ ଖୁବ ଶିଘ୍ର ରାଜ୍ୟରେ ପଟ ପରିବର୍ତ୍ତନ ହୋବକୁ ଯାଉଛି । ନବୀନ ପଟ୍ଟନାୟକ ପୁଣି ସରକାର ଗଢିବେ । ଆଗକୁ ବହୁତ ଶିଘ୍ର ଉପନିର୍ବାଚନ ହେବାକୁ ଯାଉଛି । ହାଇକୋର୍ଟରେ ଚାଲିଥିବା ମାମଲାରେ ବିଜେପିର ୭ ସଭ୍ୟପଦ ରଦ୍ଦ ହେବ । ପୁଣି ନିର୍ବାଚନ ହେବ । ନବୀନ ଖାଲି ହାତ ହଲେଇଦେଲେ ଆମେ ଜିତିବୁ । ପଛେ କଂଗ୍ରେସ ହାତ ମିଳାଇବୁ ହେଲେ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବୁ ବୋଲି ସଭାରେ ଶ୍ରୀ ସାମନ୍ତରାୟ ଦୃଢକ୍ତି ପ୍ରକାଶ କରିଥିଲେ । ଏହାକୁ ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ଆକ୍ଷେପ କରାଯାଇଥିଲା । ଏହାପରେ ଆଜି ଏହା ତାଙ୍କର ନିଜସ୍ୱ ମତ ଥିଲା ବୋଲି ସାଂସଦ ଶ୍ରୀ ସାମନ୍ତରାୟ ସଫେଇ ଦେଇଛନ୍ତି ।