୨ ବର୍ଷ ବଢ଼ିଲା ଡିଜିଙ୍କ କାର୍ଯ୍ୟକାଳ
Police DGP Khurania
।। ପ୍ରଭାନ୍ୟୁଜ୍ ।। ଭୁବନେଶ୍ୱର, ୧୮ା୯ : ପୁଲିସ୍ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି । ୨୦୨୬ ଅଗଷ୍ଟ ୧୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଡିଜି ପଦବୀରେ ସର୍ବନିମ୍ନ ୨ ବର୍ଷ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଗତ ଅଗଷ୍ଟରେ ଖୁରାନିଆଙ୍କୁ ପୁଲିସ୍ ଡିଜି ଭାବେ ନିଯୁକ୍ତି ମିଳିଥିଲା । ଅରୁଣ କୁମାର ଷଡ଼ଙ୍ଗୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଥିଲେ ।