ରଥ ଉପରେ ମୋବାଇଲ୍‌ ମନା 


ରଥ ଉପରେ ମୋବାଇଲ୍‌ ବ୍ୟବହାର ନିଷେଧ । ନୀତି ଶୃଙ୍ଖଳାକୁ ସର୍ବପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନବନିଯୁକ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତେଣୁ ରଥ ଉପରେ କେହି ମୋବାଇଲ୍‌ ବ୍ୟବହାର କରିପାରିବେନି ।  ଆଜି ସଂଧ୍ୟାରେ ଏନେଇ ବୈଠକ ବସିବ । ବିଶୃଙ୍ଖଳିତ ଆଚରଣ କଲେ ଗ୍ରହଣ କରାଯିବ କଡା କାର୍ଯ୍ୟାନୁଷ୍ଠାନ । ଏହାଛଡା ରଥ ପହଣ୍ଡି ଅଘଟଣ ପରେ ବ୍ୟବସ୍ଥା କଡାକଡି କରାଯିବା ନେଇ ସେ ସୂଚନା ଦେଇଛନ୍ତି । ସେବାୟତମାନେ ଏହି ନିୟମକୁ ମାନି ସହଯୋଗ କରିବେ ବୋଲି କାମନା ରହିଛି  । ଅଣସେବାୟତ ରଥ ଉପରେ ମୋବାଇଲ ନେଉଥିବା ପରିଲକ୍ଷିତ ହେଉଛି। ଏଭଳି ବିଶୃଙ୍ଖଳା ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଏହାଛଡା ରଥ ଉପରକୁ କୌଣସି ଅଣସେବାୟତ ନପହଁଚନ୍ତି ସେନେଇ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ବୋଲି କହିଛନ୍ତି ।