ମଧ୍ୟପ୍ରଦେଶ ଇଣ୍ଡୋରାମାରେ ରଥଯାତ୍ରା

 ବରୀ : ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ  ଆନୁକୂଲ୍ୟରେ ମଧ୍ୟପ୍ରଦେଶ ପିଥପୁର ସେକ୍ଟର ୩ ଇଣ୍ଡୋରାମାରେ ମହାଆଡମ୍ବରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଳିତ ହୋଇଯାଇଛି । ପାରମ୍ପାରିକ ରୀତିନୀତି ଅନୁଯାୟୀ, ପ୍ରାତଃ କାଳରେ ରଥ ପ୍ରତିଷ୍ଠା, ଧ୍ୱଜା ପ୍ରତିଷ୍ଠା, ରଜ୍ଜୁ ପୂଜା, ମଙ୍ଗଳ ଆଳତୀ, ପୁଷ୍ପାଞ୍ଜଳି ସମସ୍ତ ବିଧି ବିଧାନରେ ସମ୍ପନ୍ନ ହୋଇଥିଲା । ତତ୍ସହିତ ଛେରାପହଁରା ଏବଂ ଶ୍ରୀବିଗ୍ରହମାନଙ୍କର ପହଣ୍ଡି କରାଯାଇଥିଲା । ଅପରାହ୍ନ ୩. ୩୦ରେ ମହାପ୍ରଭୁଙ୍କ ରଥ ଶ୍ରୀଜଗନ୍ନାଥ ମନ୍ଦିର ଇଣ୍ଡୋରାମା ଠାରୁ ବହୁ ଆଡ଼ମ୍ବରରେ ଭକ୍ତମାନେ ବହୁ ଉସôାହର ସହିତ ଜୟ ଜଗନ୍ନାଥ ଧ୍ୱନୀରେ ରଥ ଟାଣି ନେଇଥିଲେ । ଜୟ ଜଗନ୍ନାଥ ସାଂସ୍କୃତିକ ପରିଷଦ ସଭାପତି  ଶିବ ପ୍ରକାଶ ମୋଦି, ଉପସଭାପତି  ଦୁର୍ଗାଚରଣ ରାଉତ, ସମ୍ପାଦକ ବିବିଧ କୁମାର ଜେନା, ସହ ସମ୍ପାଦକ ଜୟଦେବ ସାହୁ, ମୁଖ୍ୟଉପଦେଷ୍ଠା ଶୀନିବାସ ଶତପଥୀ, ମୁଖ୍ୟ ସମ୍ପାଦକ ଅଶୋକ ଜେନା, ମୁଖ୍ୟ ପରିଚାଳକ ନିରଞ୍ଜନ ବିଶ୍ୱାଳ, ହୃଦାନନ୍ଦ ବେହେରା, କୋଷାଧ୍ୟକ୍ଷ ପ୍ରକାଶ ରାଉତ, ପ୍ରତାପ ମହାପାତ୍ର, ପ୍ରହ୍ଲାଦ ମହାନ୍ତି ତଥା ସମସ୍ତ ଜଗନ୍ନାଥ ସାଂସ୍କୃତିକ ପରିଷଦ ସଦସ୍ୟଗଣଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ।