କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ଅନ୍ଲାଇନ ଅଭିଯୋଗ ସୁବିଧା 

ଆସିକା: ଆସିକା ତହସିଲ କାର୍ଯ୍ୟାଳୟ ପରିସରରେ ଲଘୁଚାପ ଜନିତ ବର୍ଷାରେ କ୍ଷତି ଗ୍ରସ୍ଥ ଚାଷୀମାନଙ୍କ ପାଇଁ ରାଜସ୍ୱ ନିରୀକ୍ଷକ କାର୍ଯାଳୟରେ ଅନଲାଇନ ସୁବିଧା ମିଳିବ ବୋଲି କହିଛନ୍ତି ଆସିକା ତହସିଲଦାର ସଂଗୀତା ସେନ । ତହସିଲଦାରଙ୍କ ପୌରହିତ୍ୟରେ ବ୍ଲକ କୃଷି ଅଧିକାରୀ ବାସୁଦେବ ସାହୁ, ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷଜ, ଅମିନ, କ୍ଷେତ୍ର ଅଧିକାରୀ, ଗ୍ରାମ୍ୟ କୃଷି କର୍ମୀ ପ୍ରମୁଖ ଉପସ୍ଥିତ ଥଲେ । ଚାଷୀମାନଙ୍କ ଜମିର କ୍ଷତିକୁ ଆକଳନ ପାଇଁ ଅନ୍ଲାଇନରେ ଥିବା ଟୋଲ ଫ୍ରି ନମ୍ୱର ଲାଗୁ ନଥିବା ହେତୁ ନିଜେ ଆର ଆଇ କାର୍ଯ୍ୟାଳୟକୁ ଆସି, ସଠିକ ସମୟରେ ଅଭିଯୋଗ ପଞ୍ଜିକରଣ କରି ଫସଲ ବୀମାର ଆର୍ଥିକ ରାଶି ମିଳିବାକୁ ଅନୁରୋଧ କରିଛନ୍ତି ତହସିଲଦାର ସଂଗୀତା ସେନ । ଏହି ବୈଠକରେ ବହୁ ସରପଞ୍ଚ, ସମିତି ସଭ୍ୟ, ପଂଚାୟତ ପ୍ରତିନିଧି,ପ୍ରମୁଖ ଯୋଗ ଦେଇଥିଲେ । ଅନେକ ଚାଷୀଙ୍କ ବର୍ଷର ଏକ ମାତ୍ର ଫସଲ ଧାନ ଚାଷ ଅଟେ । ଅଦିନିଆ ବର୍ଷାରେ କ୍ଷତି ହୋଇଥିବା ଧାନର ବୀମାରାଶି ମିଳିବା ଲାଗି ଚାଷୀମାନେ  ଶୀଘ୍ର ୧୪୪୪୭ ନମ୍ବରରୁ କଲ କରି ପାରିବେ । ଚାଷୀମାନଙ୍କ ଚାଷର କ୍ଷତି ଅକାଳନ ସମୟରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ । ମାସର ଶେଷ ଶନିବାର ଏବଂ ରବିବାର ଛୁଟିକୁ କେନସଲ କରିଛନ୍ତି ବ୍ଲକ ଓ ତହସିଲ ପ୍ରଶାସନ । ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ମଧ୍ୟ ଏହାର ଦାୟିତ୍ୱ ଦିଆଯାଇଛି । ସମସ୍ତେ ମିଳିମିଶି ଚାଷୀ ମାନଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମାର ଆର୍ଥିକ ରାଶି ପାଇବା ନିମନ୍ତେ ନଷ୍ଟ ହୋଇଥିବା ଫସଲର ଅଭିଯୋଗ ଅନ୍ଲାଇନରେ ଶୀଘ୍ର ଆବେଦନ କରିବା ଦିଗରେ ସାହାଯ୍ୟ କରିବାକୁ ଲାଗିଛନ୍ତି ।