ବରିଷ୍ଠ ନାଗରିକଙ୍କ ପରଲୋକ 

 ରାଜକନିକା : ରାଜକନିକା ବ୍ଲକ ହଟିଆପଡ଼ା ଗ୍ରାମର ବୟୋଜ୍ୟୋଷ୍ଠ ବ୍ୟକ୍ତି ବନମାଳୀ ବେହେରା (୯୦)ଙ୍କର ହୃଦ୍ଘାତରେ ପରଲୋକ ହୋଇଯାଇଛି  । ସେ ଜଣେ ଧର୍ମ ପରାୟଣ, ପରୋପକାରୀ ଓ ଦରଦୀ ମଣିଷ ଥିଲେ  । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି  । ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ହୋଇଥିବା ବେଳେ ମଧ୍ୟମ ପୁତ୍ର ପତିତପାବନ ମୁଖାଗ୍ନି ଦେଇଥିଲେ  । ଏଥିରେ ପୁଅ ବୋହୂ, ଝିଅ ଜ୍ୱାଇଁ, ନାତି ନାତୁଣୀ, ଅଣନାତି ଅଣନାତୁଣୀ, ବନ୍ଧୁ ପରିବାର ଓ ଗ୍ରାମବାସୀ ସମସ୍ତେ ଉପସ୍ଥିତ ଥିଲେ  ।