ଗଞ୍ଜେଇ ଜବତ, ୩ ଗିରଫ
ବ୍ରହ୍ମପୁର : କନ୍ଧମାଳ ଜିଲ୍ଲା ସୀମନବାଡି ଗାଁରୁ ବଡ଼ଗଡ଼ ଥାନା ହରିପୁର ଗାଁକୁ ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ବିଶେଷ ସୂତ୍ରରୁ ଖବର ପାଇଁ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ବଡ଼ଗଡ଼ ଥାନା ଅଞ୍ଚଳରୁ ଏକ ମେକ୍ସ ପିକପରୁ ୯୧ କିଲୋ ଗଂଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭଗ । ଗିରଫ ଅଭିଯୁକ୍ତ ମାନେ ହେଲେ ବଡ଼ଗଡ଼ ଥାନା ଅନ୍ତର୍ଗତ ହରିପୁର ଗାମ, ଜିଲୁ ବିଶୋଇ ଉପେନ୍ଦ୍ର ଗୌଡ଼, ହରିଗୁମା ଗ୍ରାମର ବିପିନି ଗୌଡ଼ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଅବକାରୀ ବିଭାଗ ତିନୋଟି ମୋବାଇଲ, ଗୋଟିଏ ଅଟୋରିକ୍ସା ଓ ୯୧ କିଲୋ ଗଞ୍ଜେଇ ଜବତ କରିଛି । ଜବତ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ଅବକାରୀବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅବକାରୀବିଭାଗ ପକ୍ଷରୁ ସମସ୍ତ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲଣ କରାଯଇଛି ।