ରାମନବମୀ ପାଇଁ ଶାନ୍ତି କମିଟି ବୈଠକ
ଝାରସୁଗୁଡା: ଆସନ୍ତା ଏପ୍ରିଲ ୬ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାମନବମୀ ପାଇଁ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାମନବମୀ ଉତ୍ସବ ସମୟରେ କୌଣସି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହେବନି ବୋଲି ନିଦେ୍ର୍ଦଶ ଦିଆଯାଇଛି । ଏଥିସହିତ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖିବା ସହ ଭାଇଚାରା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଆଖଡା କମିଟିମାନେ ଧାର୍ଯ୍ୟ ସମୟ ଅନୁଯାୟୀ ଶୋଭାଯାତ୍ରା ପରିଚାଳନା କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି । ଧାର୍ଯ୍ୟ ପରିଧି ଭିତରେ ରହି ଡାକବାଜି ତଥା ଡିଜେ ବ୍ୟବହାର କରିବେ, ଶୋଭାଯାତ୍ରା ସମୟରେ କୌଣସି ଉତ୍ତେଜନାମୂଳକ ସ୍ଲୋଗାନ ଦିଆଯିବନି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଖଡା କମିଟିଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ଖରାଦିନ ହୋଇଥିବାରୁ କମିଟିଗୁଡିକ ସ୍ଥାନେ ସ୍ଥାନେ ପାଣି ଓ ଓଆରଏସ୍ ବ୍ୟବସ୍ଥା ମଧ୍ୟ କରିବେ । ଶୋଭାଯାତ୍ରା ସମୟରେ ସମ୍ପୃକ୍ତ ଅଞ୍ଚଳରେ ବିଦୁ୍ୟତ୍ ସରବରାହ ଅବ୍ୟାହତ ରଖିବାକୁ ବିଦୁ୍ୟତ୍ ବିଭାଗକୁ ନିଦେ୍ର୍ଦଶ ଦିଆଯିବା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଥାନାସ୍ତରରେ ସମସ୍ତ ପ୍ରକାର ବନେ୍ଦାବସ୍ତ କରାଯିବ ନେଇ ପରାମର୍ଶ ଦିଆଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ସ୍ମିତ ପି ପରମାର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ପ୍ରବୀର କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ପିଡ଼ି (ପୁନର୍ବାସ ଓ ଥଇଥାନ), ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର, ପୌରପାଳିକାର ନିର୍ବାହୀ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ସମ୍ପ୍ରଦାୟର ନେତୃ ସ୍ଥାନୀୟ ବ୍ୟକ୍ତି, ଆଖଡା କମିଟିର ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ ।